ଇନ୍ଷ୍ଟାଗ୍ରାମ ଡାଉନ; ଲଗଇନ୍ ହେଉନି ଆକାଉଣ୍ଟ
9/03/2023 at 11:20 AM

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ୍ ମିଡିଆ ସାଇଡ୍ ଡାଉନ୍ ହେବାର ଦେଖାଯାଉଛି। କିଛିଦିନ ତଳେ ଟ୍ୱିଟର ଡାଉନ୍ ହୋଇଥିଲା। ଏବେ ଇନଷ୍ଟା ଡାଉନ୍ ହୋଇଛି। ବୁଧବାର ୟୁଜରମାନେ ସେମାନଙ୍କର ଇନ୍ଷ୍ଟା ଆକାଉଣ୍ଟ ଲଗ୍-ଇନ୍ କରିପାରି ନଥିଲେ।
Me trying to fix Instagram servers by myself #instagramdown pic.twitter.com/uMl4M5V91r
— Uncertified Lover Boy 🇭🇹🇯🇲 (@soynonoo) March 9, 2023
ସୋସିଆଲ୍ ମିଡିଆ ଡାଉନ୍ ହେବା ଉପରେ ନଜର ରଖୁଥିବା ଡାଉନ୍ଡିଟେକ୍ଟରର.କମ୍ ୱେବ୍ସାଇ୍ରେ ଏହି ଖର ପ୍ରକାଶ ପାଇଛି। ବୁଧବାର ଦିନ ବିଶ୍ୱପ୍ୟାପୀ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଇନ୍ଷ୍ଟା ଆକାଉଣ୍ଟ ଖୋଲିପାରି ନଥିଲେ।
ପାଖାପାଖି ୨୭ ହଜାର ଲୋକେ ଏନେଇ ବିଭିନ୍ନ ସୋସିଆଲ୍ ମିଡିଆ ସାଇଡ୍ରେ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ୫୦ ପ୍ରତିଶତ ୟୁଜର ସର୍ଭର କନେକ୍ସନ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ କରିଥିବା ବେଳେ ୨୦ ପ୍ରତିଶତ ଲୋକେ ଲଗ୍ଇନ୍ହୋଇପାରୁ ନଥିବା ଅଭିଯୋଗ କରିଥିଲେ।
Me coming to Twitter every single time to see if #Instagram is down or to see if it’s just me. 🤷🏻♀️ pic.twitter.com/ptPz8dCfAX
— Courtney Woytko (@cdubbbb) March 9, 2023
ଡାଉନ୍ଡିଟେକ୍ଟରର.କମ୍ ୱେବ୍ସାଇ୍ର ସୂଚନା ଅନୁସାରେ ବ୍ରିଟେନ୍ରେ ୨ ହଜାର ଲୋକ ଏହି ମସସ୍ୟାର ସାମ୍ନା କରିଥିବା ବେଳେ ଭାରତ ଓ ଅଷ୍ଟ୍ରେଲିଆରେ ୧୦୦୦ରୁ ଅଧିକ ଲୋକ ଇନ୍ଷ୍ଟା ଡାଉନ୍ ଥିବା ଅଭିଯୋଗ କରିଛନ୍ତି। ଘଣ୍ଟା ଘଣ୍ଟା ଧରି ଇନ୍ଷ୍ଟା ଡାଉନ୍ ଥିବା ବେଳେ କଣ ପାଇଁ ଏହା ହୋଇଥିଲା ସେ ନେଇ ଏପର୍ଯ୍ୟନ୍ତ ଖବର ମିଳିପାରି ନାହିଁ।
All of us anytime instagram is down #instagramdown pic.twitter.com/gTrHonVZ7l
— cesar (@jebaiting) March 9, 2023
ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଡାଉନ୍ ହେବା ପରେ ଅନେକ ୟୁଜର ଟ୍ୱିଟରରେ ଅଭିଯୋଗ କରିଥିବାର ଦେଖା ଦେଇଛି। କିଏ ଲଗ୍ଇନ୍ ସମସ୍ୟାର ସାମ୍ନା କରୁଥିବା ବେଳେ କିଏ କାହାର ସର୍ଭର ଡାଉନ୍ ହୋଇଥିବା ନେଇ ଅଭିଯୋଗ ଅଛି।