କେଜିଏଫ୍ ଦେଖି ନିଜକୁ ରକି ଭାଇ ଭାବିଲେ ନାବାଳକ; ଗୋଟେ ପ୍ୟାକେଟ୍ ସିଗାରେଟ୍ ଟାଣି ଡାକ୍ତରଖାନାରେ ପଡ଼ିଲେ
28/05/2022 at 5:59 PM

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମା ସାରା ବିଶ୍ୱରେ କେତେ ଲୋକପ୍ରିୟ ହେଉଛି, ତାହା କାହାକୁ ଅଛପା ନାହିଁ। ଫିଲ୍ମର ଆକ୍ସନ, ଡାଇଲଗ ଓ ଡାନ୍ସ ଲୋକଙ୍କୁ ଏମିତି ଦିୱାନା କରୁଛି ଯେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଫିଲ୍ମ ଷ୍ଟାର ଓ ଦେଶବିଦେଶର କ୍ରିକେଟର୍ମାନେ ବି ଏହାର ନକଲ କରୁଛନ୍ତି।
ତେବେ ସିନେମା ଲୋକଙ୍କ ଉପରେ ଯେତିକି ପଜିଟିଭ୍ ପ୍ରଭାବ ପକାଉଛି, ସେତିକି ନେଗେଟିଭ୍ ପ୍ରଭାବ ବି ପକାଉଛି। ଯାହାର ସଦ୍ୟତମ ଉଦାହରଣ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ତେଲଗୁ ଫିଳ୍ମ କେଜିଏଫ-୨ ସଫଳ ହୋଇଥିଲେ ବି ଜଣେ ନାବାଳକ ଉପରେ ଏମିତି ନେଗେଟିଭ୍ ପ୍ରଭାବ ପକାଇଛି ଯେ ତାଙ୍କୁ ଶେଷରେ ଡାକ୍ତରଖାନା ଯିବାକୁ ପଡ଼ିଛି।
କାରଣ କେଜିଏଫ୍-୨ ଦେଖି ହିରୋ ରକି ଭାଇକୁ ଫଲୋ କରି ୧୫ ବର୍ଷର ନାବାଳକ ଜଣକ ପୂରା ଗୋଟେ ପକେଟ ସିଗାରେଟ୍ ଟାଣି ଦେଇଛନ୍ତି। ଫଳରେ ତାଙ୍କ ଠାରେ କାଶ, କଫ ଓ ଗଳାଜନିତ ସମସ୍ୟା ସୃଷ୍ଟି ହୋଇଛି। ଯାହାର ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ସେଞ୍ଚୁରି ହସ୍ପିଟାଲକୁ ଯିବାକୁ ପଡ଼ିଛି।
ନାବାଳକ ଜଣକ ଫିଲ୍ମକୁ ଦୁଇ ଦିନରେ ୩ ଥର ଦେଖିଥିଲେ। ଆଉ ଫିଲ୍ମର ରକି ଭାଇର ଚରିତ୍ର ତାଙ୍କୁ ଏତେ ଷ୍ଟାଇଲିସ୍ ଲାଗିଥିଲା ଯେ ସେ ତାଙ୍କୁ ସିନ୍କୁ ଫଲୋ କରୁଥିବା ସମୟରେ ଗୋଟିଏ ପକେଟ୍ ସିଗାରେଟ୍ ଟାଣି ଦେଇଥିଲେ। ଏହାପରେ ତାଙ୍କୁ କାଶ ଓ କଫ ହେବା ସହ ଗଳାରେ ସମସ୍ୟା ସୃଷ୍ଟି ହୋଇଥିଲା। ଶେଷରେ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ହେଲେ ଏବେ ସେ ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ହାଇଦ୍ରାବ ସେଞ୍ଚୁରି ହସ୍ପିଟାଲର ଡାକ୍ତର କହିଛନ୍ତି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଫିଲ୍ମର ନକାରାତ୍ମକ ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି। ନିକଟରେ ପୁଷ୍ପ ସିନେମା ଦେଖି କର୍ଣ୍ଣାଟକର ଜଣେ ବ୍ୟକ୍ତି ପୂରା ଫିଲ୍ମ ଷ୍ଟାଇଲ୍ରେ ଚନ୍ଦନ କାଠ ଚୋରି କରି ନେଇଯାଉଥିଲେ। ତେବେ ରିଲ୍ ଲାଇଫ୍ର ପୁଷ୍ପା ସିନା ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ହେଲେ ଦୁର୍ଭାଗ୍ୟର କଥା ରିୟଲ ଲାଇଫ୍ର ପୁଷ୍ପାକୁ ମାଡ଼ିବସିଥିଲା ପୁଲିସ୍। ପେଷାର ଡ୍ରାଇଭର ଥିବା ଅପରାଧି ୟାସିନ ଇନାୟିଥୁଲାକୁ ଗିରଫ କରାଯାଇଥିଲା।
ଏଭଳି ଅନେକ ଉଦାହରଣ ରହିଛି। ଯେଉଁଠି ଫିଲ୍ମ ଲୋକ ଓ ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। କିଛି ବର୍ଷ ପୂର୍ବେ ଯେତେବେଳେ ଦୂରଦର୍ଶନରେ ଶକ୍ତିମାନ ଧାରାବାହିକ ଦେଉଥିଲା ସେତେବେଳେ ଶକ୍ତିମାନ ଚରିତ୍ରକୁ ଫଲୋ କରି ଅନେକ ପିଲା ଆତ୍ମହତ୍ୟା କରିଥିଲେ। ପରେ ଧାରାବାହିକ ବିବାଦ ଘେରକୁ ମଧ୍ୟ ଆସିଥିଲା।