Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବୋତଲ ଭିତରେ ୫ ଇଞ୍ଚର ମହାଦେବଙ୍କ ପ୍ରତିମୂର୍ତ୍ତି

17/02/2023 at 8:41 PM

ଭୁବନେଶ୍ବର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶୈବ ପୀଠ । ସବୁଠି ଉତ୍ସବର ମାହୋଲ। ଏହିକ୍ରମରେ ଜଣେ ଯୁବକ କାଚ ବୋତଲ ଭିତରେ ଏକ ଶିବ ମୂର୍ତ୍ତି କରିଛନ୍ତି । ଯୁବକ ଜଣଙ୍କ ହେଲେ ଜଣାଶୁଣା ଶିଳ୍ପୀ ତଥା ଜଟଣୀ ଅନ୍ତର୍ଗତ ଗୋପିନାଥପୁରର ଏଲ ଇଶ୍ବର ରାଓ । ୭୫୦ଏମଏଲର ବୋତଲ ଭିତରେ ରହିଛି ଏହି ଶିବ ମୂର୍ତ୍ତି । ଯାହା ସମ୍ପୂର୍ଣ୍ଣ ମାଟିରେ ତିଆରି ହୋଇଛି । ଏଥିରେ କଟନ, ପେପର, ମାଟି ବ୍ୟବହୃତ ହୋଇଛି । ଉଚ୍ଚତା ରହିଛି ୫ଇଞ୍ଚ । ଯୁବକଙ୍କୁ ପାଖାପାଖି ୧୦ଦିନ ସମୟ ଲାଗିଛି ଏହି କଳାକୃତି ବନାଇବା ଲାଗି । ପୂର୍ବରୁ ମଧ୍ୟ ସେ ଏଭଳି ଅନେକ ସୁକ୍ଷ୍ମ କଳାକୃତି କରିଛନ୍ତି ।  

   Related Posts