scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୭ରୁ ସବୁ ଯାତ୍ରୀଙ୍କୁ ମିଳିବ ଟ୍ରେନ୍‌ରେ କନଫର୍ମ ଟିକଟ୍ ! ରେଲୱେରେ ସାମିଲ ହେବ ୩,୦୦୦ ନୂଆ ଟ୍ରେନ୍

16/11/2023 at 7:06 PM

ନୂଆଦିଲ୍ଲୀ: ପାର୍ବଣ ସମୟରେ ଟ୍ରେନ୍‌ରେ ଅଧିତ ଭିଡ଼ ହୋଇଥାଏ । ଦୀପାବଳି ଓ ଛଟ୍ ପର୍ବରେ ବାହାରେ ରହୁଥିବା ଲୋକ ନିଜକୁ ଫେରିଥାନ୍ତି । କିନ୍ତୁ ଏହି ସମୟରେ ଟ୍ରେନ୍‌ରେ କନଫର୍ମ ଟିକଟ ମିଳିବା ପ୍ରାୟତଃ ଅସମ୍ଭବ ହୋଇଥାଏ । ଏହି କାରଣରୁ ଅନେକ ଲୋକ କାଉଣ୍ଟରରୁ ୱେଣ୍ଟିଂ ଟିକଟ୍ ନେଇ ଟ୍ରେନ୍‌ରେ ଛିଡ଼ା ହୋଇ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି । ଭାରତୀୟ ରେଲୱେ ଏବେ ଏହି ସମସ୍ୟାକୁ ଶେଷ କରିବାକୁ ଯାଉଛି । ରେଲୱେ ସୂତ୍ର ଅନୁସାରେ, ଆସନ୍ତା ଚାରି ବର୍ଷରେ ଅର୍ଥାତ୍ ୨୦୨୭ ସୁଦ୍ଧା ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ରେ କନଫର୍ମ ଟିକଟ ମିଳିବ । ସୂତ୍ର ଅନୁସାରେ ରେଲୱେରେ ୩ ହଜାର ନୂଆ ଟ୍ରେନ୍ ସାମିଲ କରାଯିବ ।

ରେଲୱେ ମନ୍ତ୍ରାଳୟ ସୂତ୍ର ସୂଚନା ଆଧାରରେ ଏନଟିଡିଭି ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ଦୈନିକ ୧୦,୭୪୮ ଟ୍ରେନ୍ ଚାଲୁଛି । ଏହାକୁ ୧୩୦୦୦ ଟ୍ରେନ୍ ଯାଏ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ରେଲୱେ ପ୍ରତିବର୍ଷ ଟ୍ରାକ୍ ମଧ୍ୟ ବଢାଉଛି । ବର୍ତ୍ତମାନ ସମୟରେ ୪ରୁ ୫ ହଜାର କିଲୋମିଟର ଟ୍ରାକର ନୂଆ ରୁଟ୍ ବିଛା ଯାଉଛି । ଆସନ୍ତା ୩-୪ ବର୍ଷରେ ଅଧିକ ୩ ହଜାର ନୂଆ ଟ୍ରେନ୍‌କୁ ଟ୍ରାକରେ ଓହ୍ଲାଯିବ ।

ପଢନ୍ତୁ: ଦୀପାବଳିରେ ଫେରିପାରିଲେନି ଘରକୁ, ରେଳବାଇକୁ କହିଲେ ଟଙ୍କା ଫେରାଅ

ରେଲୱେରୁ ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ପ୍ରାୟ ୮୦୦ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି । ଏହି ସଂଖ୍ୟାକୁ ୧୦୦୦ କୋଟି ଯାଏ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ସୂତ୍ର ଅନୁସାରେ ଯାତ୍ରା ସମୟର କମ କରିବା ଉପରେ ମଧ୍ୟ କାର୍ଯ୍ୟ ଜାରି ରହିଛି । ଏହାସହ ଟ୍ରାକ୍ ବଢାଇବା, ସ୍ପିଡ୍ ବଢାଇବା ଓ ଏସକ୍ସିଲରେସନ ଓ ଡେସିଲରେସନକୁ ବଢାଇବା ଉପରେ ମଧ୍ୟରେ ଜୋର ଦିଆଯାଇଛି । ଏହାଦ୍ୱାରା ଟ୍ରେନ୍ ରହଣୀ ଓ ସ୍ପିଡ୍ ଧରିବା ସମୟ ପୂର୍ବ ତୁଳନାରେ କମ ଲାଗିବ । ସୂତ୍ର ଅନୁସାରେ ବର୍ତ୍ତମାନ ସମୟରେ ବର୍ଷକୁ ଏଲଏଚବି କୋରର ପ୍ରାୟ ୨୨୫ ଟ୍ରେନ୍ ନିର୍ମାଣ କରାଯାଉଛି । ଏଥିରେ ପୁସ୍-ପୁଲ୍ ଟେକନିକ୍ ବ୍ୟବହାର କରାଯାଉଛି ।

Also Read: ସମାନ ରୁଟ୍, ସମାନ ଟ୍ରେନ୍; ଗଲେ ୨୦, ହେଲେ ଫେରିବା ସମୟରେ ଗଣିବାକୁ ପଡ଼ୁଛି ୪୦ ଟଙ୍କା

   Related Posts