oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଡ୍ୟୁ ପ୍ରଶାସନ ହାତକୁ ଗଲା ସେବା ନିବୃତ୍ତ INS ଖୁଖରୀ, ହେବ ସଂଗ୍ରହାଳୟ

28/01/2022 at 9:41 PM

ନୂଆଦିଲ୍ଲୀ ୨୮।୧: ଭାରତୀୟ ନୌସେନା ନିକଟରେ ଅବସର  ଦେଇଥିବା ଯୁଦ୍ଧପୋତ ଆଇଏନଏସ୍ ଖୁଖରୀ ଡ୍ୟୁ ପ୍ରଶାସନକୁ ହସ୍ତାନ୍ତରିତ ହୋଇଛି। ଭାରତୀୟ ସେନା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହାକୁ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ଏହି ମିସାଇଲ କାର୍ଭେଟକୁ ଗତ ଡିସେମ୍ବର ୨୩ ତାରିଖ ଦିନ ନୌସେନାରୁ ଅବସର ଦିଆଯାଇଥିଲା। ଦୀର୍ଘ ୩୨ ବର୍ଷର ସେବା ପରେ ଯୁଦ୍ଧପୋତ ଅବସର ନେବା ପରେ ଏହାକୁ ସଂଗ୍ରହାଳୟ ଲାଗି ହସ୍ତାନ୍ତର କରାଯାଇଛି।

ଏଥିଲାଗି ଗତ ବୁଧବାର ଦିନ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରଶାସିତ ପ୍ରଦେଶ ଦାଦର, ନଗରହାବେଲୀ, ଡାମନ ଏଣ୍ଡ ଡ୍ୟୁ ଓ ଲକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସେବାମୁକ୍ତ ଜାହାଜ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଆଇଏନଏସ ଖୁଖରୀ ଏକମାତ୍ର ଯୁଦ୍ଧତରୀ ଯାହା ଉଭୟ ପୂର୍ବ ଓ ପଶ୍ଚିମ ସ୍କ୍ୱାଡ୍ରନର ଅଂଶ ଥିଲା। ଆଇଏନଏସ ଖୁଖରୀକୁ ଡ୍ୟୁ ପ୍ରଶାସନ ଏକ ସଂଗ୍ରହାଳୟ ଭାବେ ବିକଶିତ କରିବେ ଯାହା ଏବେ ଖୁଖରୀ ମେମୋରିଆଲ ଭାବେ କାର୍ଯ୍ୟ କରୁଛି।

ଏହି ମେମୋରିଆଲରେ ଆଇଏନଏସ୍ ଖୁଖରୀ (ଏଫ-୧୪୯)ର ଏକ ଡିଜାଇନ ରହିଛି। ଏହାକୁ ସଂଗ୍ରାଳୟରେ ରୂପାନ୍ତରିତ କରିବା ପାଇଁ ଜାନୁୟାରୀ ୧୪ ତାରିଖ ଦିନ ବିଶାଖାପାଟଣାରୁ  ଡ୍ୟୁ ଉପକୂଳକୁ ନିଆଯାଇଥିଲା। ତେବେ ନିକଟରେ ସେବାମୁକ୍ତ ହୋଇଥିବା ଆଇଏନଏସ ଖୁଖରୀ ନାମରେ ଏହା ଏକ ଅନ୍ୟ ଜାହାଜ। ପ୍ରଥମ ଜାହାଜଟି ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନିଖୋଜ ହୋଇଯାଇଥିଲା। ଏହି ଜାହାଜର କମାଣ୍ଡ ମହାବୀର ଚକ୍ର ବିଜେତା ସ୍ୱର୍ଗତ କ୍ୟାପ୍ଟେନ ମହେନ୍ଦ୍ର ନାଥ ମୁଲ୍ଲାଙ୍କ ହାତରେ ଥିବା ବେଳେ ଡ୍ୟୁ ଉପକୂଳରେ ନିଖୋଜ ହୋଇଯାଇଥିଲା।

ଏହି ଜାହାଜର ବୀର ସୈନିକଙ୍କ ସ୍ମୃତିରେ ଡ୍ୟୁରେ ଖୁଖରୀ ମେମୋରିଆଲ ସ୍ଥାପିତ ହୋଇଥିଲା। ଏଠାରେ ପୂରୁଣା ଜାହାଜର ଏକ ଛୋଟ ମଡେଲକୁ ବେଶ ସାଜସଜ୍ଜା କରି ରଖାଯାଇଛି। ତେବେ ଏହି ସ୍ମାରକରେ ଏବେ ଅସଲ ଯୁଦ୍ଧତରୀ ଶୋଭା ପାଇବ। ଯାହା ଦେଶବିଦେଶର ପର୍ଯ୍ୟଟକ ଓ ଯୁଦ୍ଧ ଇତିହାସରେ ଋଚି ରଖୁଥିବା ଲୋକଙ୍କ ଲାଗି ଏକ ଆକର୍ଷଣର କେନ୍ଦ୍ର ହେବ ବୋଲି ଆଶା କରାଯାଉଛି।

   Related Posts