ନୌସେନାକୁ ମିଳିଲା ସମୁଦ୍ର ସାଥି, ସେନାରେ ସାମିଲ ହେଲା INS ଅର୍ନାଲ, ମହାସମୁଦ୍ରରେ ଖୋଜି ଖୋଜି ମାରିବ ଶତ୍ରୁ
21/12/2022 at 12:13 PM

ଚେନ୍ନାଇ: ଲଞ୍ଚ ହେଲା ଆଣ୍ଟି ସବ୍ ମେରାଇନ୍ କ୍ରାଫ୍ଟ ଆଇଅନଏସ ଅର୍ନାଲ । ମହାସମୁଦ୍ରରେ ମହାରାଥୀ ସାଜିବ ଏହି ସବ୍ ମେରାଇନ୍ । ବୁଧବାର ନୌସେନାରେ ଏହି କ୍ରାଫ୍ଟ ସାମିଲ ହୋଇଛି । ତାମିଲନାଡୁରେ କଟ୍ଟିପଲ୍ଲୁ ସ୍ଥିତ ଲାର୍ସେନ ଓ ଟୁବ୍ରେ ସିପୟାର୍ଡରେ ଏହାକୁ ଲଞ୍ଚ କରାଯାଇଛି ।
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୈସେନା । ନାଭିରେ ସାମିଲ ହୋଇଛି ଆଣ୍ଟି ସବ୍ ମେରାଇନ୍ ଓ୍ବାର ଫାୟାର ସାଲୋ ଓ୍ବାଟର କ୍ରାଷ୍ଟ । ଆଇଏନଏସ ଅର୍ନାଲକୁ ଚେନ୍ନାଇ କଟ୍ଟିପଲ୍ଲୁ ଲାର୍ସେନ ସିପୟାର୍ଡରୁ ଲଞ୍ଚ କରାଯାଇଛି । ସମୁଦ୍ରରେ ଶତ୍ରୁଦେଶ ପାଇଁ ଘତକ ସାଜିବ ଏହି ସବ୍-ମେରାଇନ୍ । ମହାସମୁଦ୍ରର ଅଥଳ ପାଣି ଭିତରେ ଯୁଦ୍ଧ ଜାହାଜକୁ ଖୋଜି ଖୋଜି ମାରିବ ଆଇଅନଏସ ଅର୍ନାଲ । ଏହାକୁ ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟରିଂ କମ୍ପାନୀ ନିର୍ମାଣ କରିଛି । ପାଣି ଭିତରେ ଏହା ଫାୟାର କରିବ ।
ସମୟ ପୂର୍ବରୁ GRSE କମ୍ପାନୀ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛି । ଆଣ୍ଟି ସବ୍-ମେରାଇନ୍ କ୍ରାଫ୍ଟ ଆଇଅନଏସ ଅର୍ନାଲ ନାଭିକୁ ଆହୁରି ଶକ୍ତିଶାଳୀ କରିବ । ତଟବର୍ତ୍ତୀ ଅଞ୍ଚଳରରେ ପାଟ୍ରୋଲିଂ କରିବା ସହିତ ଶତ୍ରୁ ଦେଶର ଯୁଦ୍ଧ ପୋତକୁ ନିମଷକରେ ନଷ୍ଟ କ୍ଷମତା ରହିଛି ଆଇଅନଏସ ଅର୍ନାଲ । ପାଣି ଭିତରେ ଶବ୍ଦ ନକରି ପାଟ୍ରୋଲିଂ କରିପାରିବ। ତେଣୁ ଏହାକୁ ସାଇଲେଣ୍ଟ ସିଫ୍ କୁହାଯାଉଛି । ଭାରତୀୟ ନୌସେନା ଏଭଳି ୧୬ଟି ଯୁଦ୍ଧ ଜାହାଜ ତିଆରି କରୁଛି ।
ଆଇଅନଏସ ଅର୍ନାଲ କମୋର୍ତା କ୍ଲାସ ଆଣ୍ଟି ସବ୍ ମେରାଇନ ଠାରୁ ଛୋଟ । ଏହାର ଲମ୍ବ ୭୭.୬ମିଟର ଓ ପ୍ରସ୍ଥ ୧୦.୫. ମିଟର। ଏହି ଯୁଦ୍ଧପୋତ ସବ୍ ମେରାଇନ ଫୁଲ୍-ସ୍କେଲ୍ ସବ୍- ସରଫେସ୍ ସର୍ବିଲାନ୍ସ ରେ ଉଚ୍ଚକୋଟିର । ଏହା ପାଟ୍ରୋଲିଂ ଓ ହମଲା କରିବା ମିଶନକୁ ଅତ୍ୟନ୍ତ ସଫଳତାର ସମ୍ପନ୍ନ କରିପାରିବ । ଏହା ଯୁଦ୍ଧ ସମୟରେ ନାଭି ଓ ଏୟାର ଫୋର୍ସର ଏୟାର କ୍ରଫ୍ଟ ସହିତ ଆଣ୍ଟି ସବ୍ ମେରାଇନ ଅପରେସନ କରିପାରିବ । ଏଥିରେ ୭ ଅଧିକାରୀଙ୍କ ସହିତ ୫୭ ଜଣ ସୈନ୍ୟ ରହିପାରିବେ । ଘଣ୍ଟା ପ୍ରତି ୪୭ କିଲୋମିର ବେଗରେ ଏହା ଗତି କରିପାରିବ । ଏହି କ୍ରାଫ୍ଟ ୫୮ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି । ୧୨.୬୨୨ କୋଟି ଟଙ୍କା ବ୍ୟୟରେ ୧୬ଟି ସବ୍ ମେରାଇନ ୨୦୨୬ ମଧ୍ୟରେ ନୌସେନାକୁ ମିଳିବ ।