ଚିଙ୍ଗୁଡି ଫାକ୍ଟ୍ରୀ ଗ୍ୟାସ୍ ଲିକ୍ ଘଟଣା : ସନ୍ଦେହରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ରିପୋର୍ଟ

Published By : Prameya-News7 Bureau | November 15, 2019 IST

ବାଲେଶ୍ବର ୧୫।୧୧: ବାଲେଶ୍ବର ଫାଲକନ୍ ଚିଙ୍ଗୁଡି ଫାକ୍ଟ୍ରୀ ଗ୍ୟାସ୍ ଲିକ୍ ଘଟଣାରେ ଶ୍ରମ କମିଶନର ଏବଂ ଶ୍ରମ ମନ୍ତ୍ରୀଙ୍କୁ , ଜିଲ୍ଲା ଶ୍ରମ ଅଧିକାରୀ ରିପୋର୍ଟ ଦେଇଛନ୍ତି । ତେବେ ଏହି ରିପୋର୍ଟକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଫାଲକନ୍ ଚିଙ୍ଗୁଡି ଫାକ୍ଟ୍ରୀରେ ଶିଶୁ ଶ୍ରମିକ କାମ କରୁଥିବା ଅଭିଯୋଗ ହେଉଛି, ଏହି ଆଧାରରେ କମ୍ପାନୀର ଅଧିକାରୀଙ୍କୁ ପୋଲିସ ଗିରଫ କରିଥିବା ମଧ୍ୟ କୁହାଯାଉଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଶ୍ରମ ଅଧିକାରୀଙ୍କ ରିପୋର୍ଟରେ ଏବାବଦରେ କିଛି ଉଲ୍ଲେଖ ନାହିଁ । ଶ୍ରମିକଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ କାମ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏବାବଦରେ ଶ୍ରମ ଅଧିକାରୀଙ୍କ ରିପୋର୍ଟରେ ମଧ୍ୟ ଉଲ୍ଲେଖ ନାହିଁ ।

{"id":183682,"sizeSlug":"large"}

ଚିଙ୍ଗୁଡି ଫାକ୍ଟ୍ରୀ ଗ୍ୟାସ୍ ଲିକ୍ ଘଟଣାରେ ସାତଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ କଂପାନୀକୁ ବନ୍ଦ କରିଦିଆଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଅସୁସ୍ଥ ହୋଇପଡିଥିବା ୧୦୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୂନା ସଂଗ୍ରହ କରିଛି । ତେବେ ଜିଲ୍ଲା ଶ୍ରମ ଅଧିକାରୀ କାହା ଇଙ୍ଗିତରେ ଏବଂ କାହା ଚାପରେ ରିପୋର୍ଟ ଦେଇଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.