ଶୁକ୍ରବାରଠୁ ଖୋଲୁଛି ସିନେମା ହଲ୍, ଫ୍ରି'ରେ ଟିକେଟ୍ ବାଣ୍ଟୁଛନ୍ତି ମଲ୍ଟିପ୍ଲେକ୍ସ୍...

Published By : Prameya-News7 Bureau | October 21, 2021 IST

ମୁମ୍ବାଇ ୨୧।୧୦ ମହାମାରୀ କରୋନା ଯୋଗୁଁ, ବହୁ ଦିନ ଧରି ବନ୍ଦ ରହିଥିବା ସିନେମା ହଲ ଆସନ୍ତାକାଲି ଠାରୁ ଅର୍ଥାତ୍‌ ୨୨ ଅକ୍ଟୋବରରୁ ଖୋଲୁଛି । ପୁଣି ଥରେ ବଡ ପରଦାକୁ ଫେରିବ ଚମକ । ଗ୍ଲାମରକୁ ଆହୁରି ଯୋଡିବାକୁ, ଦର୍ଶକଙ୍କ ପାଇଁ ଆଇନକ୍ସ ଲେଜର ଲିମିଟେଡ୍ ଏକ ଚମତ୍କାର ଉପହାର ଆଣିଛି । ମଲ୍ଟିପ୍ଲେକ୍ସଗୁଡ଼ିକ ଉପହାର ସ୍ୱରୂପ ମାଗଣା ଚଳଚ୍ଚିତ୍ର ଟିକେଟ୍ ବାନ୍ଟୁଛନ୍ତି ।

ଆଇନକ୍ସ ଲେଜର ଲିମିଟେଡ୍ ଘୋଷଣା କରିଛି ଯେ ମହାରାଷ୍ଟ୍ରରେ ଯେକୌଣସି ଚଳଚ୍ଚିତ୍ର ଦେଖିବା ପାଇଁ ୨୨ ଅକ୍ଟୋବର ୨୦୨୧ ରେ ସିନେମା ହଲ୍ ଆସୁଥିବା ସମସ୍ତ ଦର୍ଶକଙ୍କୁ ମାଗଣାରେ ଫିଲ୍ମ ଟିକେଟ୍ ଦିଆଯିବ । ଲୋକମାନେ ଏହି ଅଫର ଆଇନକ୍ସର ୱେବସାଇଟ୍ ଏବଂ ଆପରେ ପାଇବେ । ଏଠାରେ ଆପଣ ସକାଳ ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ବୁକିଂ କରି ଏହି ମାଗଣା ଟିକେଟ୍ ନେଇପାରିବେ । କେବଳ ମହାରାଷ୍ଟ୍ରରେ ରହୁଥିବା ଲୋକମାନେ ଆଇନକ୍ସର ଏହି ଅଫରର ପାଇପାରିବେ ।

ଆଇନକ୍ସ ଲେଜର ଲିମିଟେଡ୍ ଆଞ୍ଚଳିକ ନିର୍ଦ୍ଦେଶକ (ପଶ୍ଚିମ) ଅତୁଲ ଭଣ୍ଡାରକର କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରେକ୍ଷାଳୟ ଶେଷରେ ଖୋଲିବାକୁ ପ୍ରସ୍ତୁତ ହୋଇଛି । ଏଥିପାଇଁ ସେମାନେ ଆମକୁ ଦେଇଥିବା ପ୍ରେମ ଏବଂ ବିଶ୍ୱାସ ପାଇଁ ବିନା ସର୍ତ୍ତରେ ଅତିଥିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦର୍ଶକଙ୍କୁ, ଆମେ ୨୨ ଅକ୍ଟୋବର,୨୦୨୧ ରେ ମହାରାଷ୍ଟ୍ର ରାଜ୍ୟରେ ସକାଳ ୯ ଟାରୁ ୧୦ଟା ମଧ୍ୟରେ ମାଗଣା ଟିକେଟ୍ ପ୍ରଦାନ କରୁଛୁ ।

ତେବେ ୫୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ୍ ଖୋଲିବ। କେବଳ ସେହି ଲୋକମାନଙ୍କୁ ଆସିବାକୁ ଅନୁମତି ଦିଆଯିବ ଯେଉଁମାନେ ସମ୍ପୂର୍ଣ୍ଣ ଟୀକାକରଣ କରିଛନ୍ତି। ସମସ୍ତ ଅତିଥିଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସ୍ୱଚ୍ଛତା ସହିତ କୋଭିଡ୍‌ ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.