କାଶ୍ମୀରରେ ‘ପଠାନ୍’ର ଧମାଲ, ୩୨ ବର୍ଷ ପରେ ହାଉସ୍ଫୁଲ ହେଲା ହଲ୍
27/01/2023 at 8:29 AM

ମୁମ୍ଵାଇ ୨୭।୦୧: ୩୨ ବର୍ଷ ଅପେକ୍ଷା କରିଥିବା କାଶ୍ମିରରେ ରିଲିଜ୍ ହେଲା ପଠାନ୍ । ଏହି ଷ୍ଟାରର ଫିଲ୍ମ ‘ପଠାନ’ ଚମତ୍କାର ପ୍ରଦର୍ଶନ କରିଛି । କାଶ୍ମୀର ଉପତ୍ୟକାର ସିନେମା ହଲ ହାଉସ୍ଫୁଲ୍ ହୋଇଛି । ଏହା ଆମେ କହୁ ନାହୁଁ, ମଲ୍ଟିଫ୍ଲେକସ୍ ଆଇନକ୍ସ ଲିମିଟେଡ୍ ଏପରି ଦାବି କରିଛି । ଏଥିପାଇଁ ଶାହରୁଖଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। INOX ର ଅଫିସିଆଲ୍ ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। କୁହାଯାଉଛି କି, “ଆଜି ଦେଶରେ ପଠାନ ଉତ୍କଣ୍ଠା ସହିତ ୩୨ ବର୍ଷ ପରେ କାଶ୍ମୀର ଉପତ୍ୟକାରେ ହାଉସଫୁଲ ହୋଇଥିବାରୁ ଆମେ କିଙ୍ଗ ଖାନଙ୍କୁ କୃତଜ୍ଞ। ଶାହାରୁଖ ଖାନଙ୍କୁ ଧନ୍ୟବାଦ ।
Today, with #Pathaan frenzy gripping the nation, we are grateful to KING KHAN for bringing the treasured #HOUSEFULL sign back to the Kashmir Valley after 32 long years! Thank you #ShahRukhKhan𓀠 @iamsrk @thejohnabraham @deepikapadukone @YRF @PathaanTheFilm #YRF50 pic.twitter.com/bkOvyjMrOh
— INOX Leisure Ltd. (@INOXMovies) January 26, 2023
ଶାହରୁଖ ଖାନ ‘ପଠାନ’ ସହିତ ଅନେକ ମାସ ପରେ ପରଦାରେ ଧମାଲ କରିଛନ୍ତି । ଫିଲ୍ମର ନିର୍ମାତା ଗୁରୁବାର ଦିନ କହିଛନ୍ତି ଯେ ଏହି ଫିଲ୍ମ ପ୍ରଥମ ଦିନରେ ସାରା ବିଶ୍ୱରେ ମୋଟ ୧୦୬ କୋଟି ଟଙ୍କା ସଂଗ୍ରହ କରିଛି। ୟଶ ରାଜ ଫିଲ୍ମସ (YRF) ଅନୁଯାୟୀ, ଫିଲ୍ମର ଉଦଘାଟନୀ ଦିବସରେ ମୋଟ ୫୫ କୋଟି ଟଙ୍କା ହୋଇଥିଲା। ଯାହାକି ସେମାନେ କହିଛନ୍ତି ଯେ ଏକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସର୍ବାଧିକ ଉଦଘାଟନୀ ଦିବସ ଅଟେ । ଅନ୍ୟପକ୍ଷରେ ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶଙ୍କ ଅନୁଯାୟୀ ଭାରତରେ ରିଲିଜ୍ ହୋଇଥିବା ଦ୍ଵିତୀୟ ଦିନରେ ପଠାନ୍ ରାତି ୧୦. ପର୍ଯ୍ୟନ୍ତ ମୋଟ୍ ୩୧.୬୦ କୋଟି ଟଙ୍କା ଆୟ କରିଛି । ତେବେ ତେଲୁଗୁ , ହିନ୍ଦୀ ଏବଂ ତାମିଲ ଭାଷାରେ ‘ପଠାନ୍’ ମୁକ୍ତିଲାଭ କରିଥିଲା।
‘ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ଦିନ’
ପ୍ରଡକ୍ସନ୍ କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଫିଲ୍ମର ଉଦଘାଟନୀ ଦିବସ ମୋଟ୍ ଶାହରୁଖ ଖାନଙ୍କ ସହ ଅନ୍ୟ କଳାକାରଙ୍କ କ୍ୟାରିଅରକୁ ସର୍ବାଧିକ ଶୀର୍ଷକୁ ନେଇଛି। ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ଦିନ ଏବଂ ସାରା ବିଶ୍ୱରେ ‘ପଠାନ’ ପାଇଁ ଯେଉଁ ପ୍ରେମ ଓ ପ୍ରଶଂସା ଆସୁଛି।