ଇନୋଭା ଧକ୍କାରେ ୫ ମୃତ, ୨ ଆହତ
7/03/2023 at 11:11 AM

ନୂଆଦିଲ୍ଲୀ ୦୭/୦୩; ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଇନୋଭା ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସୋଲାନର ଧରାମପୁରର କଲକା-ଶିମଲା ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ଅଛନ୍ତି। ଦୁଇ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ ଟା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସ୍ପିଡ୍ରେ ଆସୁଥିବା ଇନୋଭା ଗାଡି ଶିମଲା ଆଡକୁ ଯାଉଥିଲା। ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇ ଲୋକଙ୍କୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ୍କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।