Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC ଫାଇନାଲ୍‌: ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ଭାରତ, ୧୭୩ ରନରେ ଆଗୁଆ ଅଷ୍ଟ୍ରେଲିଆ

9/06/2023 at 6:43 PM

ଲଣ୍ଡନ: ଓଭାଲରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ମ୍ୟାଚ୍‌ରେ ଭାରତର ବ୍ୟାଟର ନିରାଶ କରିଛନ୍ତି। ଆଜିଙ୍କ୍ୟ ରାହାଣେ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ବାଦ୍ ଦେଲେ ଅନ୍ୟ ବ୍ୟାଟର ବିଫଳ ହୋଇଛନ୍ତି। ଫଳରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୬୯ ରନ ଜବାବରେ ଭାରତ ୨୯୬ ରନରେ ଅଲଆଉଟ୍ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୧୭୩ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଆଉ ବ୍ୟାକଫୁଟ୍‌ରେ ରହିଛି ଭାରତ। ଏକଦା ୬ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିବା ଭାରତ ଆଜିଙ୍କ୍ୟ ରାହାଣେଙ୍କ ୮୯ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ୫୧ ରନ ବଳରେ ୨୯୬ ରନ କରି ପାରିଛି। ଏହି ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ପାଟ୍ କମିନ୍ସ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଖେଳ ଆହୁରି ଅଢେଇ ଦିନ ବାକି ରହିଥିବାରୁ ଫଳାଫଳ ବାହାରିବା ଯଥେଷ୍ଟ ସମ୍ଭାବନା ରହିଛି। ଆଉ ମ୍ୟାଚ୍‌ରେ ଭାରତୀୟ ଦଳ ଉପରେ ପରାଜୟର କଳାବାଦଲ ରହିଛି।

भारतीय स्टार प्लेयर अजिंक्य रहाणे. (Getty)

ଦ୍ଵିତୀୟ ଦିନର ସ୍କୋର ୧୫୧/୫ରୁ ଭାରତ ବ୍ୟାଟିଂ କରିଥିଲା। କ୍ରିଜରେ ଥିଲେ ଆଜିଙ୍କ୍ୟ ରାହାଣେ ଏବଂ କେଏସ୍ ଭରତ। ତୃତୀୟ ଦିନର ଆରମ୍ଭରୁ ହିଁ ଭାରତକୁ ଷଷ୍ଠ ଝଟକା ଲାଗିଥିଲା। କେଏସ ଭରତ(୫) ପାଭିଲିୟନ ଫେରିଥିଲେ। ଏହା ପରେ ରାହାଣେ ଏବଂ ଶାର୍ଦ୍ଦୁଳ ଠାକୁର ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦୁର୍ବଳ ବଲ୍‌କୁ ବାଉଣ୍ଡରୀ ପଠାଇବାର ସୁଯୋଗ ହାତଛଡ଼ା କରୁନଥିଲେ। ଏହି କ୍ରମରେ ରାହାଣେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟ୍‌ରେ ୧୦୯ ରନ ଯୋଡ଼ି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ।

IND vs AUS Live Score: ऑस्ट्रेलिया को दूसरी पारी में लगा पहला झटका,  डेविड वॉर्नर हुए आउट

ଶତକ ଆଡକୁ ଅଗ୍ରସର ରାହାଣେ ଆଉଟ୍ ହେବା ଦଳକୁ ଶକ୍ତ ଝଟକା ଦେଇଥିଲା। ସେ ୧୨୯ ବଲ୍‌ରୁ ୧୧ ଚୌକା ଏବଂ ୧ ଛକା ସହ ୮୯ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ଉମେଶ ଯାଦବ(୫) ପାଭିଲିୟନ ଫେରିଥିଲେ। ଶାର୍ଦ୍ଦୁଳ ଠାକୁର ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ କରିବା ପରେ ଆଉଟ୍ ହୋଇଥିଲେ। ସେ ୧୦୯ ବଲ୍‌ରୁ ୬ ଚୌକା ଜରିଆରେ ୫୧ ରନ କରିଥିଲେ। ଶାମି(୧୩) ଆଉଟ୍ ହେବା ସହ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୮୩ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ଏଥିସହ ମିଚେଲ୍ ଷ୍ଟାର୍କ, ବୋଲାଣ୍ଡ ଏବଂ କ୍ୟାମେରୁନ ଗ୍ରୀନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଏ ଖବର ପଢନ୍ତୁ- WTC FINAL : ପ୍ରଥମ ଇନିଂସରେ ୪୬୯ ରନ୍ କଲା ଅଷ୍ଟ୍ରେଲିଆ, ହେଡ୍-ସ୍ମିଥ୍‌ଙ୍କ ଶତକ

   Related Posts