ପୁରୀ ୧୬।୭: ଆସନ୍ତା ୧୮ ତାରିଖ ଅର୍ଥାତ୍ ଗୁରୁବାର ଦିନ ପୁର୍ନବାର ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ସଂପର୍କିତ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଉଭୟଙ୍କ ସୂଚନା ଅନୁସାରେ, ଆସନ୍ତା ଗୁରୁବାର ଶୁଭ ମୁହୂର୍ତ୍ତ ମଧ୍ୟରେ ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମିନିଟ୍ ମଧ୍ୟରେ ପୁର୍ନବାର ଭିତର ରତ୍ନଭଣ୍ଡାର ଖୋଲାଯିବ ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ । ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସବୁ ସ୍ଥାନାନ୍ତର ହେବ । ଅସ୍ଥାୟୀ ରତ୍ନଭଣ୍ଡାର ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ସିଲ୍ କରାଯିବ । ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ ବୋଲି ସୂଚନା ମିଳିଛି ।
ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ । ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ପ୍ରାୟ ସକାଳ ୮ଟା ବେଳକୁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯିବ ।
You Can Read:
ଚା’ରେ ନିଶା ଦେଇ ବସ୍ କର୍ମଚାରୀଙ୍କଠୁ ଲୁଟ୍, ବସ୍ ବୁକିଂ ବାହାନାରେ ଆସି ଲୁଟିଲେ