ପହଞ୍ଚିଲାନି ଆମ୍ୱୁଲାନ୍ସ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବୁଲଡୋଜରରେ ହସ୍ପିଟାଲ ଆଣିଲେ ଲୋକେ

Published By : Prameya-News7 Bureau | September 13, 2022 IST

ଇନ୍ଦୋର: ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆମ୍ୱୁଲାନ୍ସ ନ ମିଳିବାରୁ ଜେସିବିର ବକେଟ୍‌ରେ ଲଦି ହସ୍ପିଟାଲ ନିଆଯାଇଛି । ସୂଚନା ଅନୁସାରେ, କଟନୀ ଜିଲ୍ଲାର ଖତୌଲୀଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ୱଲାନ୍ସର ଆବଶ୍ୟକତା ପଡିଥିଲା । କଲ୍ କରିବାର ଦୀର୍ଘ ସମୟ ପରେ ମଧ୍ୟ ଦୁର୍ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ନଥିଲା। ଆତଙ୍କ ଅବସ୍ଥା ଅଧିକ ଗୁରୁତର ହେବା ଦେଖି ସେଠାରେ ଉପସ୍ଥିତ ଲୋକେ ଜେସିବିର ବକେଟରେ ଲଦି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।

{"id":683721,"width":834,"height":626,"sizeSlug":"full","linkDestination":"none"}

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛଇ କଟନୀ ଜିଲ୍ଲା ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ୱୁଲାନ୍ସ ପଡି ରହିଛି। ସାଂସଦ ବିବେକ ତନଖାଙ୍କ ଦ୍ୱାରା ଏହି ଆମ୍ୱୁଲାନ୍ସର ରୋଗୀଙ୍କ ପାଇଁ ଉପଲବ୍ଧ କରାଯାଇଥିଲା, କିନ୍ତୁ ଏହା ରୋଗୀଙ୍କ ସେବାରେ ଆସିବା ପରିବର୍ତ୍ତି ଧୂଳି ଖାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.