Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାଳ ହେଲା ଉଧାର ଟଙ୍କା ମାଗିବା; ସ୍କୋର୍ପିଓ ଚଢ଼ାଇ ଯୁବକଙ୍କୁ ହତ୍ୟା ଉଦ୍ୟମ

31/05/2023 at 7:52 PM

ଦେବଗଡ଼ ୩୧/୦୫: ଉଧାର ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ। ସ୍କୋର୍ପିଓ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ ଅଭିଯୁକ୍ତ। ପରେ ସେଠାରୁ ଅପରାଧି ଫେରାର ହୋଇଯାଇଛି। ଏବେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଯୁବକ ଜଣଙ୍କ ହେଲେ ଗିରିଶଙ୍କର ପାତ୍ର (୩୦)। ସେ ଧୋବଲିପଥର ଗାଁର ବାସିନ୍ଦା। ଏପରି ଅଭାବନୀୟ ଘଟଣା ଦେବଗଡ଼ର ତିଲେଇବଣୀ ବ୍ଲକ ଅନ୍ତର୍ଗତ ଧୋବଲିପଥର ଗାଁରେ ଘଟିଛି। ଅଭିଯୁକ୍ତର ପରିଚୟ ଜୟରାମ କଲେତ। ସେ କୁଶପଙ୍ଗା ଗାଁର ବାସିନ୍ଦା।

ଖବର ଅନୁସାରେ, ଗିରିଶଙ୍କରଙ୍କ ଠାରୁ ଜୟରାମ ବର୍ଷେ ତଳେ ୧୦ ହଜାର ଟଙ୍କା ନେଇ ୪ମାସ ମଧ୍ୟରେ ଦେବେ ବୋଲି କହିଥିଲେ। କିନ୍ତୁ ସେହି ସମୟ ମଧ୍ୟରେ ସେ ଟଙ୍କା ଫେରାଇନଥିଲେ କିମ୍ବା କଲ୍‌ ରିସିଭ୍‌ କରିନଥିଲେ। ବୁଧବାର ଜୟରାମ ଏକ ସ୍କୋର୍ପିଓ ଗାଡ଼ିରେ ଯିବାବେଳେ ଗିରିଶଙ୍କର ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ।

କିନ୍ତୁ ଜୟରାମ ଟଙ୍କା ନଦେଇ ଗାଡିରେ ଗିରିଶଙ୍କରଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଥିଲେ। ଗାଡି ଧକ୍କାରେ ଗିରିଶଙ୍କର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତନାଘନା ଚଳାଇଛି।

ଏହା ମଧ୍ୟ ପଢ଼ନ୍ତୁ:~ସ୍ବାମୀ ଓ ଦୁଇ ଝିଅଙ୍କୁ ଛାଡି ପ୍ରେମିକ ସହ ମହିଳା ଫେରାର, ଲୁଟି ନେଇଥିଲେ ମହିଳା ଗ୍ରୁପ୍‌ର ୩୦ ଲକ୍ଷ ଟଙ୍କା

   Related Posts