ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବୁଦାମୂଳରୁ ବେକ କାଟା ଅବସ୍ଥାରେ ମହିଳା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

1/10/2022 at 9:56 PM

ମୋରଡ଼ା, ୦୧/୧୦: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିନ ଅସ୍ତିଆ ନିକଟ ଏକ ନିଛାଟିଆ ସ୍ଥାନରୁ ଆଜି ଜଣେ ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ କି ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ନିକଟ ଏକ ନିଛାଟିଆ ସ୍ଥାନରେ ଏହି ମହିଳା ଗୁରୁତର ଅବସ୍ଥାରେ ଏକ ବୁଦା ମୂଳରେ ପଡିଥିବାର ଦେଖିଥିଲେ ଲୋକେ । ଏନେଇ ପୋଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ମୋରଡା ଥାନା ଏବଂ ଚିତ୍ରଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତର ମହିଳାଙ୍କୁ ଚିକିତ୍ସା ନିମନ୍ତେ ଦମକଳ ଗାଡ଼ିରେ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମହିଳାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମହିଳାଙ୍କ ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ତେବେ ମହିଳାଙ୍କ ପରିଚୟ ସ୍ପଷ୍ଟ ଜଣାପଡିନଥିବା ବେଳେ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ମହିଳାଙ୍କ ଶ୍ୱଶୁର ଘର ବୋଲି କିଛି ଲୋକ ଅଲୋଚନା କରୁଥିବାର ଶୁଣିବାକୁ ମିଳିଛି।

ତେବେ ମହିଳାଙ୍କ ଶ୍ୱଶୁର ଘର ମାଣିଦା ଅଞ୍ଚଳରେ ଏବଂ ରାଣୀଭୋଳ ଅଞ୍ଚଳରେ ବାପଘର ବୋଲି ପ୍ରକାଶ କରିବା ସହ ମହିଳାଙ୍କ ନାମ ଗୀତାରାଣୀ ହାଁସଦା ବୋଲି ରାସଗୋବିନ୍ଦପୁର ଆଇଆଇସି ସୂଚନା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରିରଖିଥିବା ବେଳେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସମ୍ନାକୁ ଆସିବ।

   Related Posts