କେତେ ଭୟଙ୍କର ଥିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ଆହତ ଯାତ୍ରୀ ବଖାଣିଲେ ଦୁର୍ଘଟଣାର ଭୟାନକ ଦୃଶ୍ୟ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ବର, ୦୨/୦୬: ଶୁକ୍ରବାର ହୋଇଥିବା ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଘଟଣାରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ। ୩୫୦ରୁ ଅଧିକ ଲୋକ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ଟ୍ରେନ୍‌ର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ନେଇ କୁହାଯାଉଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଟ୍ରେନ୍‌ର ଜଣେ ଯାତ୍ରୀ ଗୋବିନ୍ଦ ମଣ୍ଡଳ କହିଛନ୍ତି ଯେ, ‘’ଯେତେବେଳେ ଟ୍ରେନ୍‌ର ଝରକା ଭାଙ୍ଗିଥିଲା ସେତେବେଳେ ମୁଁ ବାହାରକୁ ବାହରିଯାଇଥିଲି। ମତେ ଲାଗିଥିଲା ହୁଏତ ବଞ୍ଚିବା ସମ୍ଭବ ନୁହେଁ। ମୋ ଭଳି ମାତ୍ର କିଛି ଯାତ୍ରୀ ଝରକାରୁ ବାହାରିବାରେ ସକ୍ଷମ ହୋଇଥିଲୁ।। ଏହାପରେ ଆମକୁ ଅଧିକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ଅନେକ ଆହତ ଯାତ୍ରୀ ଥିଲେ। ସେମାନଙ୍କ ହାତ-ଗୋଡ଼ ଭାଙ୍ଗିଯାଇଛି । ଅନେକ ଲଲୋକଙ୍କ ମୁଣ୍ଡରେ ଆଘାତ ଲାଗିଛି। ହସ୍ପିଟାଲରେ ଅନେକଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। ଅଧିକାରୀମାନେ ଅନେକ ଶବକୁ କମ୍ବଳରେ ଘୋଡ଼ାଉଥିଲେ।’’

ଆହୁରି ପଢ଼ନ୍ତୁ: ପ୍ରଥମେ ମାଲଗାଡ଼ି ସହ ହାଓ୍ଵଡ଼ା ଏକ୍ସପ୍ରେସର ଧକ୍କା, ପୁଣି ପଛରୁ ମାଡ଼ି ଆସିଲା କରମଣ୍ଡଳ…ଟ୍ରେନ ଦୁର୍ଘଟଣାର ପୂରା କାହାଣୀ

ସୂଚନାଥାଉକି, ବାହନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ହାଓ୍ଵଡ଼ା ଏକ୍ସପ୍ରେସ୍ ଏବଂ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ପୁଣି କରମଣ୍ଡଳ ଏକ୍ସପ୍ରେସ୍ ପଛ ପଟୁ ଆସିବାରୁ ଦୁର୍ଘଟଣା ଆହୁରି ଭୟାବହ ହୋଇଥିଲା। ଏଥିରେ କରମଣ୍ଡଳ ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ୍ ୭ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଏବଂ ଓଡିଆରଏଫ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ସିଏଚସି, ଗୋପାଳପୁର ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସି ପଠାଯାଇଛି।

ଆହୁରି ପଢ଼ନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡି: ‘ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା’, ଶନିବାର ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.