ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

Published By : Prameya-News7 Bureau | September 03, 2022 IST

ରାୟଗଡ଼ା ୦୩/୦୯: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଶନିବାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଥା ଟିକିରି ଥାନା ଅନ୍ତର୍ଗତ ଉଷାପଡ଼ା ଓ ମୁଣ୍ଡାଗାଁ ଗାଁର ମଧ୍ୟବର୍ତ୍ତୀ ସ୍ଥାନରେ ଏହି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା। ଏହି ୨ ଜଣ ହେଲେ ମୁଣ୍ଡାଗାଁର ଯୁବକ ରଶିକ ପ୍ରଧାନ ଓ ସାନମାଟିକଣା ଗାଁର ଯୁବତୀ ରିମା ମାଝୀ।

ଖବର ଅନୁସାରେ, ରସିକ ଓ ରିମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେଣୁ ପ୍ରେମକୁ କେନ୍ଦ୍ରକରି ରସିକ ପ୍ରଥମେ ରିମାଙ୍କୁ ଏକ ଛୁରିରେ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ହଠାତ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରସିକ ନିଜେ ବିବାହିତ ଓ ତାଙ୍କର ୩ଟି ଛୁଆ ଅଛନ୍ତି ବୋଲି ଖବର ମିଳିଛି। ଶନିବାର ଅପରାହ୍ଣ ସମୟରେ ଏହି ଘଟଣା ଘଟିଥିଲା। ପ୍ରଥମେ ରିମା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ରସିକଙ୍କୁ ପ୍ରଥମେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡ଼ା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ଜବତ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.