HIV ସଂକ୍ରମଣକୁ ୧୦୦% ଠିକ୍ କରିବା ଟ୍ରାଏଲ୍ ସଫଳ, କେବଳ ଦୁଇଟି ଇଞ୍ଜେକ୍ସନରେ AIDS ଶେଷ

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ସାରା ଦୁନିଆର ଏଚ୍‌ଆଇଭି ଏବଂ ଏଡ୍‌ସ ପୀଡ଼ିତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ବୈଜ୍ଞାନିକମାନେ ଏଚ୍‌ଆଇଭି ସଂକ୍ରମଣକୁ ଠିକ୍ କରିପାରୁଥିବା ଇଞ୍ଜେକ୍ସନର ସଫଳ ପରୀକ୍ଷଣ ହୋଇଥିବା ଦାବି କରିଛନ୍ତି । ବର୍ଷକ ଭିତରେ ଏହି ଇଞ୍ଜେକ୍ସନର ଦୁଇଟି ଡୋଜ୍ ନେବାକୁ ପଡ଼ିବ । ଏହାପରେ ଏଡ୍‌ସକୁ ମୁକ୍ତି ମିଳିପାରିବ । ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଏବଂ ୟୁଗାଣ୍ଡାରେ ବ୍ୟାପକ ସ୍ତରରେ କରାଯାଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡ଼ିଛି ଯେ ନୂଆ-ରୋଗ ନିରୋଧକ ଔଷଧର ବର୍ଷକରେ ଦୁଇଟି ଇଞ୍ଜେକ୍ସନ ଯୁବତୀଙ୍କୁ ଏଚ୍‌ଆଇଭି ସଂକ୍ରମଣରୁ ସପୂର୍ଣ୍ଣ ସୁରକ୍ଷା ଦେଉଛି ।

ପରୀକ୍ଷଣରେ ଏହା ଜାଣିବାକୁ ଉଦ୍ୟମ କରାଯାଇଛି ଯେ ‘ଲେନକାପାଭିର’ର ଛଅ-ଛଅ ମାସ ବ୍ୟବଧାନରେ ଇଞ୍ଜେକ୍ସନ, ଦୁଇ ଅନ୍ୟ ଔଷଧ (ପ୍ରତିଦିନ ଖାଇବାକୁ ଥିବା ଔଷଧ) ତୁଳନାରେ ଏଚଆଇଭି ସଂକ୍ରମଣ ବିରୋଧରେ ଅଧିକ ସୁରକ୍ଷା ପ୍ରଦାନ କରିବ । ଏହି ତିନି ଔଷଧ ପ୍ରି-ଏକ୍ସପୋଜର ପ୍ରୋଫିଲେକ୍ସିସ (ରୋଗ ନିରୋଧକ) ଔଷଧ ଅଟନ୍ତି । ରିସର୍ଚ୍ଚର ଦକ୍ଷିଣ ଆଫ୍ରିକା ଭାଗର ମୁଖ୍ୟ ଗବେଷକ, ଚିକିତ୍ସକ-ବୈଜ୍ଞାନିକ ଲିଣ୍ଡା-ଗେଲା ବେତର କହିଛନ୍ତି ଯେ ଲେନକାପାଭିର ଏବଂ ଅନ୍ୟ ଦୁଇ ଔଷଧର ପ୍ରଭାବର ପରୀକ୍ଷଣ ୫୦୦୦ ଜଣଙ୍କ ସହ ଉଦ୍ଦେଶ୍ୟ ୧ର ପରୀକ୍ଷଣ ୟୁଗାଣ୍ଡାରେ ତିନୋଟି ସ୍ଥାନ ଏବଂ ଦକ୍ଷିଣ ଆଫ୍ରିକାର ୨୫ଟି ସ୍ଥାନରେ କରାଯାଇଛି ।

ଲେନକାଫାଭିର (ଲେନ ଏଲଏ) ଇଞ୍ଜେକ୍ସନର ୫ ହଜାର ଲୋକଙ୍କ ଉପରେ ସଫଳ ଟ୍ରାଏଲ କରାଯାଇଛି । ଲେନକାଫାଭିର ଏଚ୍‌ଆଇଭି କ୍ୟାପ୍ସିଡ୍ ଏକ ପ୍ରୋଟିନ ସେଲ୍ ଯାହା ଏଚ୍‌ଆଇଭିର ଆନୁବଂଶିକ ସାମଗ୍ରୀ ଏବଂ ପ୍ରତିକୃତି ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକର ରକ୍ଷା କରିଥାଏ । ଏହାକୁ ପ୍ରତି ଛଅ ମାସରେ ଥରେ ଶରୀରରେ ଦେବାକୁ ପଡ଼ିବ । ପୂର୍ବ ଏବଂ ଦକ୍ଷିଣ ଆଫ୍ରିକାରେ ଯୁବତୀମାନେ ଏଚ୍‌ଆଇଭି ସଂକ୍ରମଣରେ ସବୁଠୁ ଅଧିକ ପୀଡ଼ିତ ହୋଇଥାନ୍ତି । ନୈଦାନିକ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ୨,୧୩୪ ଜଣ ମହିଳା ଏଚ୍‌ଆଇଭିରେ ସଂକ୍ରମିତ ହୋଇନାହାନ୍ତି । ଯାହା ଇଞ୍ଜେକ୍ସନର ୧୦୦ ପ୍ରତିଶତ ଦକ୍ଷତାକୁ ପ୍ରମାଣିତ କରିଛି । ଏହି ସଫଳତାରୁ ବଡ଼ ଆଶା ସୃଷ୍ଟି ହୋଇଛି ଯେ ଲୋକଙ୍କୁ ଏଚ୍‌ଆଇଭିରୁ ରକ୍ଷା କରିବା ପାଇଁ ଆମ ପାଖରେ ଏକ ସିଦ୍ଧ, ଅତ୍ୟଧିକ ପ୍ରଭାବୀ ଉପାୟ ଅଛି । ଏହି ଟ୍ରାଏଲର ସଫଳ ପରେ ଏବେ ଏଚ୍‌ଆଇଭିକୁ ଶେଷ କରିବାର ଆଶା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.