ପଞ୍ଚାୟତରେ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ; ଭିତ୍ତିହୀନ ଅଭିଯୋଗ କହିଲେ ସମ୍ପୃକ୍ତ ଅଧିକାରୀ

Published By : Prameya-News7 Bureau | December 03, 2022 IST

ନୀଳଗିରି ୦୩/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା। ଦୁର୍ନୀତିର ଖୋଲତାଡ଼ କରିବାକୁ ଭିଜିଲାନ୍ସ ବିଭାଗ ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ଏହା ସତ୍ୱେବି ଭିଜିଲାନ୍ସ ତଦନ୍ତରେ ଶିଥିଳତା ପଡିଛି। ୨ଟି ଫାଇଲ ବ୍ଲକରୁ କୁଆଡ଼େ ଗାଏବ ହୋଇଥିବା ବେଳେ ଘଟଣାକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା। ତେବେ ଶନିବାର ବ୍ଲକରୁ ଏକ ଟିମ୍‌ ଅନିୟମିତତା ଜାଗାକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

{"id":716733,"width":530,"height":297,"sizeSlug":"full","linkDestination":"none"}

ଖବର ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ନରଣପୁର ପଞ୍ଚାୟତରୁ ଆସିଛି ସାଙ୍ଘାତିକ ଅଭିଯୋଗ। ଡ୍ରେନସଫା, ପଙ୍କ ଉଦ୍ଧାର କାର୍ଯ୍ୟ, ଚେକଡ୍ୟାମ ନିର୍ମାଣ, ବୃକ୍ଷ ରୋପଣ, ଏନଆରଇଜିଏସ ଟଙ୍କା ଆତ୍ମସାତ ଓ ଅନ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ପଞ୍ଚାୟତ କାର୍ଯ୍ୟନିର୍ବାହିଙ୍କ କାର୍ଯ୍ୟ ବେଳେ ହୋଇଥିବା ଅଭିଯୋଗ ଆସିଥିଲା। ଅନେକ ପ୍ରକଳ୍ପରେ କନିଷ୍ଠ ଯନ୍ତ୍ରୀଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ବିଭାଗୀୟ ଅଧିକାରୀ ଓ ଠିକାଦରମାନେ ମିଳିତ ଭାବେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏନଆରଇଜିଏ ଯୋଜନାରେ ଶ୍ରମିକଙ୍କ ନାଁରେ  ନକଲି ଦସ୍ତଖତ କରି ଟଙ୍କା ଉଠିଛି।

{"id":716734,"width":555,"height":312,"sizeSlug":"full","linkDestination":"none"}

କନିଷ୍ଠ ଯନ୍ତ୍ରୀ ବିଲ କରିନଥିବା ବେଳେ ବ୍ଲକରେ ମଧ୍ୟ କାଗଜପତ୍ର ଦର୍ଶାଇ ଏପିଓବିଲ ପୈଠ କରିଥିବା ମଧ୍ୟ ଅଭିଯୋଗ ଆସିଛି। ଏସଏଫସି, ଟିଏଫସି ,ଏନଆରଇଜିଏ, ଅମୃତ ସରୋବର ପ୍ରକଳ୍ପ ଓ ଅନ୍ୟ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ଏସବୁ ପଛରେ କେଉଁ ଯନ୍ତ୍ରୀ ଓ ଅଧିକାରୀଙ୍କ ହାତ ଅଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ଭିଜିଲାନ୍ସ ଓ ଜିଲ୍ଲାପାଳଙ୍କୁ ଜଣାଇ ଅଭିଯୋଗ କରିଥିଲେ। ତେବେ ଭିଜିଲାନ୍ସ ତଦନ୍ତରେ ଶିଥିଳତା ଦେଖି  ବ୍ଲକ୍‌ର ଟିମ୍‌ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

{"id":716736,"width":580,"height":326,"sizeSlug":"full","linkDestination":"none"}

ଜିଲ୍ଲାପାଳ ନିର୍ଦ୍ଦେଶରେ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନାଙ୍କୁ କିଛି ପ୍ରକଳ୍ପର ତଦନ୍ତ ଭାର ଦିଆଯାଇଛି। କିନ୍ତୁ ତଦନ୍ତ ପୂର୍ବରୁ ଦୁଇଟି ଫାଇଲ ମିଳୁନଥିବା ଜଣାପଡ଼ିଛି। ଆଜି ସହକାରୀ ଚିତ୍ତରଞ୍ଜନ ଜେନା, ଦୁଇ କନିଷ୍ଠ ଯନ୍ତ୍ରୀ, ପୂର୍ବତନ ଏପିଓ, ସରପଞ୍ଚଙ୍କ ସହ ପ୍ରକଳ୍ପ ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଅଭିଯୋଗ ଆସିଥିବା ଏପିଓ ହିମାଂଶୁ ଚକ୍ରବର୍ତ୍ତୀଙ୍କ ନାଁରେ ଏହି ସାଙ୍ଘାତିକ ଅଭିଯୋଗ ଆସିଥିବା ଜଣାପଡିଛି। ପୂର୍ବରୁ ସେ ନକୁଳକର ହାଟ ପିଣ୍ଡି ଦୁର୍ନୀତିରେ ଛନ୍ଦି ହୋଇଥିବା ବେଳେ ପୁଣି ବହୁ ପ୍ରକଳ୍ପରେ ଅନିୟମିତତା କରିଥିବା ଅଭିଯୋଗ ଆସିଛି। ସେପଟେ ଏହି ଅନିୟମିତତାକୁ ପୂର୍ବତନ ସରପଞ୍ଚ ଖଣ୍ଡନ କରିଛନ୍ତି।

ସେପଟେ ସମସ୍ତ ଅଭିଯୋଗ ଭିତ୍ତିହୀନ କହିବା ସହ ତଦନ୍ତ ପରେ ଘଟଣାର ସତ ଜଣାପଡ଼ିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି। ସେପଟେ ତଦନ୍ତ କରିବାକୁ ଆସିଥିବା ଅଧିକାରୀ ଗଛ ଆଦୌ ଲଗାଯାଇନଥିବା ସ୍ୱୀକାର କରିଥିବା ବେଳେ ସମସ୍ତ ଘଟଣା ତଦନ୍ତ ପରିସରଭୁକ୍ତ ଅଛି ରିପୋର୍ଟ ଦେବା ପରେ ସମସ୍ତ ଘଟଣା ଜଣାଇବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.