Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

Infosys ପ୍ରେସିଡେଣ୍ଟଙ୍କ ଇସ୍ତଫା, ୨୨ ବର୍ଷ ପରେ ଛାଡିଲେ କମ୍ପାନୀର ସାଥ୍, ଟେକ୍ ମହିନ୍ଦ୍ରାରେ ଯୋଗଦେଲେ

11/03/2023 at 4:04 PM

ବେଙ୍ଗାଲୁରୁ ୧୧।୩: ଆଇଟି କମ୍ପାନୀ ଇନଫୋସିସ୍‌ର ପ୍ରେସିଡେଣ୍ଟ ମୋହିତ ଜୋଶୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୋହିତ ଇନଫୋସିସ୍‌ରେ ଫାଇନାନସିଆଲ ସର୍ଭିସେସ୍ ଓ ହେଲଥକେୟାର , ଲାଇଫସାଇନ୍ସେସ୍ ବିଜନେଶ ଦେଖୁଥିଲେ। ଇସ୍ତଫା ଦେବା ପରେ ମୋହିତ ଟେକ୍ ମହିନ୍ଦ୍ରାରେ ଯୋଗ ଦେଇଛନ୍ତି। ମୋହିତ ଜୋଶୀଙ୍କୁ ୫ ବର୍ଷ ଅବଧି ନିମନ୍ତେ କମ୍ପାନୀ ଅଧିନିୟମ ୨୦୧୩ ଅନୁସାରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏବଂ ମୁଖ୍ୟ ପ୍ରବନ୍ଧନ କର୍ମଚାରୀ ରୂପେ ନିଯୁକ୍ତ କରାଯାଇଛି।

୨୦ ଡିସେମ୍ବର ୨୦୨୩ରୁ ୧୯ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ସେ ଟେକ୍ ମହିନ୍ଦ୍ରାରେ କାମ କରିବେ। ଟେକ୍ ମହିନ୍ଦ୍ରାରେ ସି.ପି. ଗୁରନାନୀଙ୍କ ପଦବୀ ଗ୍ରହଣ କରିବେ ମୋହିତ। ତେବେ ଗତ କିଛି ମାସ ମଧ୍ୟରେ ଇନଫୋସିସରୁ ଏହା ଦ୍ୱିତୀୟ ବଡ଼ ଇସ୍ତଫା। ନିକଟରେ ରବି କୁମାର ଏସ୍. ଇନଫୋସିସ୍‌ ଛାଡି କଗ୍ନିଜେଣ୍ଟରେ ସିଇଓ ଭାବେ ଯୋଗ ଦେଇଥିଲେ। ରିବକୁମାର ଏସ୍. ଇନଫୋସିସ୍‌ରେ ଦୀର୍ଘ ୨୦ ବର୍ଷ କାଳ କମ୍ପାନୀରେ ପ୍ରେସିଡେଣ୍ଟ ତଥା ସିଇଓ ଭାବେ ତାଙ୍କର ସେବା ଦେଇଥିଲେ।

ଇନଫୋସିସ୍‌ ଷ୍ଟକ୍ ଏକ୍ସଚେଞ୍ଜରେ କରିଥିବା ନିୟାମକୀୟ ଫାଇଲିଂରେ ଜୋଶୀ ୯ ଜୁନ ୨୦୨୩ ପର୍ଯ୍ୟନ୍ତ କମ୍ପାନୀ ସହିତ ରହିବେ ବୋଲି ସୂଚିତ କରିଛି। ଏହାର ଅର୍ଥ ମୋହିତ ଜୋଶୀଙ୍କ ଇସ୍ତଫା୧୧ ମାର୍ଚ୍ଚ ୨୦୨୩ରୁ ପ୍ରଭାବୀ ଓ ସେ ଏବେ ଛୁଟିରେ ରହିବେ। କମ୍ପାନୀରେ ୯ ଜୁନ ୨୦୨୩ ତାଙ୍କର ଶେଷ କାର୍ଯ୍ୟଦିବସ ହେବ। ଉଲ୍ଲେଖଯୋଗ୍ୟ ଯେ ମୋହିତ ଜୋଶୀ ୨୦୦୦ ମସିହାରେ ଇନଫୋସିସ୍ ରେ ଯୋଗଦେଇଥିଲେ। ବିଭିନ୍ନ ପଦପଦୀବରେ କାମ କରିଛନ୍ତି।

ଭାରତରେ ଟିସିଏସ୍ ପରେ ଇନଫୋସିସ୍‌ ଆଇଟି କ୍ଷେତ୍ରର ଦ୍ୱିତୀୟ ବୃହତ୍ତ ସଂସ୍ଥା। ଯାହାର ବଜାର ପୁଞ୍ଜିକରଣ ୬ ଲକ୍ଷ କୋଟି ଟଙ୍କା ପାର ହୋଇଯାଇଛି।

   Related Posts