scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତିନି ଶିଫ୍ଟରେ କାମ କରିବା ଦରକାର କର୍ମଚାରୀ, ନାରାୟଣ ମୂର୍ତ୍ତିଙ୍କ ପରାମର୍ଶକୁ ନେଇ ପୁଣି ଚର୍ଚ୍ଚା

30/11/2023 at 5:59 PM

Infosys founder Narayana Murthy

ନୂଆଦିଲ୍ଲୀ: ଇନଫୋସିସ୍‌ର ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ପୁଣି ଥରେ ନିଜର ପରାମର୍ଶକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ସରକାରଙ୍କୁ ମୂଳ ଢାଞ୍ଚା ପ୍ରକଳ୍ପକୁ ପ୍ରାଥମିକତା ଆଧାରରେ ପୂରା କରିବା ଦରକାର। ଆଉ ଏଥିପାଇଁ ଗୋଟିଏ ଶିଫ୍ଟ ବଦଳରେ ତିନି ଶିଫ୍ଟର ଆବଶ୍ୟକତା ରହିଛି। ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବେଙ୍ଗାଲୁରୁର ଆବଶ୍ୟକତାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ‘‘ଭିତ୍ତିଭୂମି ସହ ଜଡ଼ିତ ଉଦ୍ୟୋଗ (ଇନଫ୍ରାଷ୍ଟକଚର ଇଣ୍ଡଷ୍ଟ୍ରି)ରେ ଥିବା ପାରମ୍ପରିକ ଗୋଟିଏ ଶିଫ୍ଟ ବଦଳରେ ତିନି ଶିଫ୍ଟ କରିବାକୁ କହିଛନ୍ତି। ସେ କହିଛନ୍ତି ‘ଇନଫ୍ରାଷ୍ଟ୍ରକଚର କର୍ମଚାରୀଙ୍କୁ କେବଳ ସକାଳ ୧୧ଟାରୁ ଆସି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ ନକରି ତିନି ଶିଫ୍ଟରେ କାମ କରିବା ଦରକାର।’’

ଆହୁରି ପଢ଼ନ୍ତୁ: ଭାରତୀୟ ଯୁବଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ, ପଶ୍ଚିମ ସଂସ୍କୃତିରୁ ଖରାପ ଆଦତ ନ ଶିଖିବା ଭଲ: ନାରାୟଣ ମୂର୍ତ୍ତୀ

ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ମହତ୍ବାକାଂକ୍ଷୀ ଦେଶର ଲୋକେ ସବୁବେଳେ ଦୁଇ ସିଫ୍ଟରେ କାମ କରିଥାନ୍ତି। ଆଉ ଯଦି ଭାରତ ଏହି ଆଭିମୁଖ୍ୟ ରଖିବ ତେବେ ଚୀନର ଦ୍ରୂତ ଅଭିବୃଦ୍ଧିକୁ ମଧ୍ୟ ପାର୍ କରିଯିବ। ଯଦି ଆମେ ସେହି ସବୁ ଦେଶଙ୍କ ଠାରୁ ଉତ୍ତମ ହେବାକୁ ଚାହୁଛନ୍ତି ତେବେ ଆମ ଲୋ‌କେ​‌ ତିନି ଶିଫ୍ଟରରେ କାମ କରିବା ଦରକାର। ଆଉ ଯଦି ଆମେ ଏଭଳି କରିବା ତେବେ‌​‌ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ ଏକାହିଁ କେବଳ ବିକାଶରେ ନୁହେଁ ବରଂ ଚୀନ ଠାରୁ ମଧ୍ୟ ଦ୍ରୁତ ଭାବରେ ଆଗେଇଯିବ। କିନ୍ତୁ ଏଥିପାଇଁ ତ୍ବରିତ ନିର୍ଣ୍ଣୟ ଦେବାର ଆବଶ୍ୟକତା ରହିଛି।’’

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ୭୦ ଘଣ୍ଟା କାମ କରିବାକୁ ନାରାୟଣ ମୂର୍ତ୍ତିଙ୍କ ପରାମର୍ଶରେ ସୋସିଆଲ ମିଡିଆରେ ଝଡ଼, X ରେ ହେଉଛନ୍ତି ଟ୍ରୋଲ

ତେବେ ତାଙ୍କର ଏହି ଟିପ୍ପଣୀ ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନେକ ତାଙ୍କୁ ସମାଲୋଚନା କରୁଥିବାର ଦେଖାଯାଇଛି। ସୂଚନାଥାଉକି, ଏହା ପୂର୍ବରୁ ନାରାୟଣ ମୂର୍ତ୍ତି ଏହା ଟିପ୍ପଣୀ କରିଥିଲେ ଯେ, ଯଦି ଭାରତ ସେହି ଅର୍ଥବ୍ୟବସ୍ଥା ସହ ପ୍ରତିଯୋଗିତା କରିବାକୁ ଚାହୁଛି ଯେଉଁମାନେ ଗତ ଦୁଇରୁ ତିନି ଦଶନ୍ଧରେ ଜୋରଦାର ପ୍ରଗତି କରିଛନ୍ତି ତେବେ ଯୁବକଙ୍କୁ ସପ୍ତାହରେ ୭୦ ଘଣ୍ଟା କରିବା ଦରକାର।’’

ଆହୁରି ପଢ଼ନ୍ତୁ: ନାରାୟଣ ମୂର୍ତ୍ତିଙ୍କ ‘ସପ୍ତାହକୁ ୭୦ ଘଣ୍ଟା କାମ’ ବିତର୍କରେ ମତ ରଖିଲେ ବିଲ୍ ଗେଟସ୍, କହିଲେ ୩ ଦିନ କାମ ସବୁଠୁ ଭଲ ବିକଳ୍ପ

   Related Posts