ଗୋବିନ୍ଦ ଅୟର ହେଲେ ଇନଫୋସିସ୍‌ର ସ୍ବତନ୍ତ୍ର ନିର୍ଦ୍ଦେଶକ: ୫ ବର୍ଷ ପାଇଁ ନିଯୁକ୍ତ କଲା ବୋର୍ଡ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଳୀ, ୧୨/୦୧: ଗୋବିନ୍ଦ ବୈଦିରାମ ଅୟର ହେଲେ ଇନଫୋସିସ୍‌ର ସ୍ବତନ୍ତ୍ର ନିର୍ଦ୍ଦେଶକ।  ଦେଶର ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍‌ ଗୋବିନ୍ଦ ବୈଦିରାମ ଅୟରଙ୍କୁ କମ୍ପାନୀର ଅତିରିକ୍ତ ଏବଂ ସ୍ବାଧୀନ ନିର୍ଦେ୍ଦଶକ ଭାବରେ ନିଯୁକ୍ତି କରିଛି। ଗୁରୁବାର ଠାରୁ ସେ ଏହି ପଦ ସମ୍ଭାଳିଛନ୍ତି। ଇନଫୋସିସ୍‌ ବୋର୍ଡର ଏନଆରସି କମିଟି (ନୋମିନେସନ ଆଣ୍ଡ୍ ରେମୁନରେସନ କମିଟି)ର ଅନୁମୋଦନ ପରେ ତାଙ୍କର ନିଯୁକ୍ତି ହୋଇଛି। ସେ ଏହି ପଦରେ ୫ ବର୍ଷ ପର୍ଯ୍ୟନ୍ତ ରହିବେ।

ଇନଫୋସିସ୍‌ର ଏନଆରସି କମିଟି ଅଧ୍ୟକ୍ଷ କିରଣ ମଜୁମଦାର-ଶ, ଖୁସି ବ୍ୟକ୍ତ କରିବା ସହ ଅୟରଙ୍କୁ ସ୍ବାଗତ ଜଣାଇଛନ୍ତି। ସେ କହିଛନ୍ତି ଅୟରଙ୍କ କାର୍ଯ୍ୟଦକ୍ଷତା ଆମ ପାଇଁ ଅଧିକ ଲାଭଦାୟକ ହେବ। ସୂଚନାଯୋଗ୍ୟ, ଅୟର ଜଣେ ଭେଟେରାନ୍ ଉଦ୍ୟୋଗପତି ଭାବରେ ପରିଚିତ। ସେ ଇଗନ ଜେହଣ୍ଡର, ପ୍ରୋକ୍ଟର ଆଣ୍ଡ୍ ଗାମ୍ବଲ, କୋକା-କୋଲା ଏବଂ ହାଇନ୍‌ଜ ଭଳି କମ୍ପାନୀ ସହ କାମ କରିଛନ୍ତି। ସେ ଏସିଆନ ଭେଣ୍ଚର ଫିଲାନ୍ଥେ୍ରାପୀ ନେଟଓ୍ବର୍କ ଏବଂ ସୋସିଆଲ ଭେଣ୍ଚର ପାର୍ଟନର୍ସ ଇନ୍‌ ଇଣ୍ଡିଆର ସଂସ୍ଥାପକ ସହ ଅଧ୍ୟକ୍ଷ ଭାବରେ ରହିଥିଲେ।

ଅୟରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିଲେ ସେ ରିଜନାଲ ଇଞ୍ଜିନିୟରିଂ କଲେଜ ଟ୍ରିକିରୁ ବ୍ୟାଚେଲର ଡିଗ୍ରୀ ଲାଭ କରିଥିଲେ ଏବଂ ହ୍ବାରଟନ୍ ସ୍କୁଲ, ୟୁନିଭର୍ସିଟି ଅଫ୍ ପେନିସିଲଭେନିଆରୁ ଏମବିଏ କରିଛନ୍ତି। ଇନଫୋସିସ୍ ଆୟ ବିଷୟରେ କହିଲେ ଗତ ବର୍ଷ ଶେଷ ତ୍ରୈମାସିକରେ କମ୍ପାନୀର ଲାଭ ୧୩ ପ୍ରତିଶତ ବା ୬,୫୮୬ କୋଟି ରହିଛି। ୨୦୨୨ ଡିସେମ୍ବର ତ୍ରୈମାସିକରେ  ୩୮,୩୧୮ କୋଟି ରହିଛି। ଯାହାକି ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.