ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ମୋଟ ୬୦୦ କର୍ମଚାରୀ ଛଟେଇ କଲା ଇନ୍‌ଫୋସିସ୍

5/02/2023 at 8:17 PM

ନୂଆଦିଲ୍ଲୀ: ଗୁଗଲ, ଆମାନ ଓ ମାଇକ୍ରୋସଫ୍ଟ ପରେ ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଛଟେଇ କରିଛି। ଇଣ୍ଟରନଲ୍ ଫ୍ରେଶର ଆସେସ୍‌ମେଣ୍ଟ (FA) ପରୀକ୍ଷାରେ ଫେଲ୍ ହୋଇଥିବା ୬୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ।

ଦୁଇ ସପ୍ତାହ ପୂର୍ବରୁ କମ୍ପାନୀ ମଧ୍ୟ ଏହି ସମାନ କାରଣରୁ କମ୍ପାନୀ ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା ଏସବୁ ମିଶାଇ ମୋଟ ୬୦୦ କର୍ମଚାରୀ କମ୍ପାନୀ ଛଟେଇ କରିଛି। ତେବେ ଏନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିପାରି ନାହିଁ।

୨୦୨୨ ପୂର୍ବରୁ କମ୍ପାନୀରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ କିଛି କର୍ମଚାରୀ ଫେଲ୍ ହେବା ପରେ ତାଙ୍କୁ ଛଟେଇ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ହେଲେ ଏନେଇ ଇନ୍‌ଫୋସିସ୍‌ର କହିବା କଥା ହେଲା ଯେଉଁମାନେ ଏଫ୍‌ଏ ପରୀକ୍ଷାରେ ଫେଲ୍ ହୋଇଛନ୍ତି ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଛି।

ୱିପ୍ରୋରେ ୮୦୦ କର୍ମଚାରୀ ଛଟେଇ

କେବଳ ଇନ୍‌ଫୋସିସ୍‌ ନୁହେଁ ୱିପ୍ରୋ ମଧ୍ୟ କର୍ମଚାରୀ ଛଟେଇ କରିଥିବା। କମ୍ପାନୀ ୮୦୦ ନବନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରିଥିଲା। ଇଣ୍ଟରନାଲ ଟେଷ୍ଟରେ ଫେଲ୍ ହେବା ପରେ ୮୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ କମ୍ପାନୀ କହିଛି ଯେ ସେ ମାତ୍ର ୪୫୨ କର୍ମଚାରୀଙ୍କୁ ଛଟେଇ କରିଛି।   

   Related Posts