ଇନଫୋସିସ୍ ବିରୋଧରେ GST ଠକେଇ ଅଭିଯୋଗ, ଜାଣନ୍ତୁ କେତେ ଟଙ୍କାର ମାମଲା?

Published By : Prameya-News7 Bureau | July 31, 2024 IST

ବେଙ୍ଗାଲୁରୁ: ଦେଶର ସବୁଠୁ ବଡ଼ ଆଇଟି କମ୍ପାନୀ ଇନଫୋସିସ୍ ବିରୋଧରେ ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଇଜିଏସଟିରେ ୩୨ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର କଥିତ ଠକେଇ ଲାଗି ଜିଏସଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ (ଡିଜିଜିଆଇ)ଙ୍କ ପକ୍ଷରୁ ଇନଫୋସିସର ଯାଞ୍ଚ କରୁଛନ୍ତି। ୩୦ ଜୁଲାଇ ୨୦୨୪ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଏହି ଠକେଇର ସମୟ ଜୁଲାଇ ୨୦୧୭ରୁ ୨୦୨୧-୨୨ ପର୍ଯ୍ୟନ୍ତ। 

ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଇନଫୋସିସ୍ ସର୍ଭିସେସ ପ୍ରାପ୍ତ କରିବାରେ ସେବା ଇମ୍ପୋର୍ଟ ଲାଗି ଆଇଜିଏସଟିର ପୈଠ କରି ନଥିବାରୁ ତଦନ୍ତ ପରିସରକୁ ଆସିଛି। ଡିଜିଜିଆଇଙ୍କ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଯେହେତୁ କମ୍ପାନୀ କଷ୍ଟମରଙ୍କ ସହିତ ତାଙ୍କ ବୁଝାମଣା ଅଂଶ ସ୍ୱରୂପ ସର୍ଭିସ କ୍ଲାଏଣ୍ଟଙ୍କ ନିମନ୍ତେ ଓଭରସିଜ୍ ଶାଖା ଖୋଲୁଛନ୍ତି। ସେହି ବ୍ରାଞ୍ଚ ଓ କମ୍ପାନୀଙ୍କୁ ଆଇଜିଏସଟି ଅଧିନିୟମରେ ‘ବିଶିଷ୍ଟ’ ବ୍ୟକ୍ତି ମନେ କରାଯାଏ। ଏହି ପ୍ରକାରେ ଓଭରସିଜ ବ୍ରାଞ୍ଚ ଅଫିସରୁ ସପ୍ଲାଇ ବଦଳେ କମ୍ପାନୀ ଓଭରସିଜ୍ ବ୍ରାଞ୍ଚ ଏକ୍ସପେଣ୍ଡିଚର ରୂପେ ବ୍ରାଞ୍ଚ ଅଫିସକୁ ପୈଠ କରିଛନ୍ତି। 

ଏଣୁ ମେସର୍ସ ଇନଫୋସିସ୍ ଲିମିଟେଡ, ବାଙ୍ଗାଲୁରୁଙ୍କୁ ଭାରତ ବାହାରେ ଥିବା ବ୍ରାଞ୍ଚରୁ ପ୍ରାପ୍ତ ସପ୍ଲାଇ ଉପରେ ରିଭର୍ସ ଚାର୍ଜ ମେକନିଜିମ ରୂପେ ଜିଏସଟି ପୈଠ କରିବାକୁ ହେବ। ରିପୋର୍ଟ ଅନୁସାରେ ପରବର୍ତ୍ତି ଯାଞ୍ଚ ପ୍ରକ୍ରିୟାରେ ରହିଛି। ତେବେ ମାମଲାର ସୂଚନା ରଖୁଥିବା ଲୋକଙ୍କ ଅନୁସାରେ ଇନଫୋସିସଙ୍କୁ ଡିଜିଜିଆଇଙ୍କ ନୋଟିସ୍ ମିଳିଛି। ହେଲେ କମ୍ପାନୀର କହିବା କଥା ହେଉଛି କମ୍ପାନୀ ଷ୍ଟେଟ ଓ ସେଣ୍ଟ୍ରାଲ ଜିଏସଟି ଆଇନର ସମ୍ପୂର୍ଣ୍ଣ ପାଳନ କରିଛନ୍ତି। ତେବେ ଏ ନେଇ ଇନଫୋସିସ୍ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ ମାମଲାରେ କିଛି କୁହାଯାଇ ନାହିଁ। ଜିଏସଟି ବିଭାଗରୁ କମ୍ପାନୀ ବିରୋଧରେ ଏପରି ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ଗତ ଏପ୍ରିଲରେ କମ୍ପାନୀ କହିଥିଲେ ଓଡିଶା ଜିଏସଟି ପ୍ରାଧିକରଣ ଅଯୋଗ୍ୟ ଇନପୁଟ ଟ୍ୟାକ୍ସ କ୍ରେଡିଟର ଲାଭ ନେବା ପାଇଁ ୧.୪୬ ଲକ୍ଷ ଟଙ୍କାର ଜରିମନା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.