ଆସିଲା ଦ୍ବିତୀୟ କରୋନା ମୃତକଙ୍କ ତଥ୍ୟ
6/05/2020 at 8:05 AM

ଭୁବନେଶ୍ବର ୬।୫ : ରାଜ୍ୟରେ ଦ୍ବିତୀୟ କରୋନା ମୃତକଙ୍କ ତଥ୍ୟ ଆସିଛି । ଦ୍ବିତୀୟ କରୋନା ମୃତକ ଜଣଙ୍କ ଭୁବନେଶ୍ବର ମଧୁସୂଦନନଗରର ବାସିନ୍ଦା ଥିଲେ । ମୃଚ ୧୨୦ ନଂ କରୋନା ଆକ୍ରାନ୍ତ ବୟସ ଥିଲା ୭୭ ବର୍ଷ । ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ମୃତ ବୃଦ୍ଧ ଜଣଙ୍କ ହାଇପରଟେନସନ, ଡାଇବେଟିସ୍, କୀଡିନୀ ରୋଗରେ ପୀଡିତ ଥିଲେ । ଗତକାଲି କିମ୍ସ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।
Sorry to inform that 77 year old, male COVID positive case of Madhusudan Nagar, Bhubaneshwar who had underlying co-morbidities of hypertension, diabetes and kidney disease expired yesterday
— H & FW Dept Odisha (@HFWOdisha) May 6, 2020
at KIMS.
ପୂର୍ବରୁ ମୃତ୍ୟୁ ହୋଇଥିବା କରୋନା ସଂକ୍ରମିତ ଜଣଙ୍କ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ରହିଥିଲେ । ତେବେ ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲାଣି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୪୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪ଟି ଆକ୍ଟିଭ କେସ୍ ରହିଛି । ସେହିପରି ୩୧ ଜଣ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫ଟି ଆକ୍ଟିଭ୍ କେସ୍ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।