ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭରସା ଦେଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ; ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି

9/07/2022 at 4:39 PM

ନୂଆଦିଲ୍ଲୀ- ମହଙ୍ଗା ମାଡ଼ରେ ସାରା ଦେଶର ଜନତା ଅସ୍ତବ୍ୟସ୍ତ ହୋଇଗଲଣେ। ତୈଳ ଦର ଠାରୁ ଆରମ୍ଭ କରି ନିତ୍ୟା ବ୍ୟବହାର୍ଯ୍ୟ ସମସ୍ତ ଜିନିଷର ଦର ଆକାଶ ଛୁଆଁ। ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କର କଥା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ବର୍ଷ ଶେଷରେ ମହଙ୍ଗା ସ୍ଥିତିରୁ ମୁକ୍ତି ମିଳିବ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। 2022 ଅକ୍ଟୋବର ବେଳକୁ ମହଙ୍ଗା ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।

ଆର୍ଥିକ ବର୍ଷ 2022-23 ଦ୍ୱିତୀୟ ଷଡ଼ମାସିକ(ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ) ମହଙ୍ଗା ସ୍ଥିତିରେ ସୁଧାର ଆସିବ। ଫଳରେ ଅର୍ଥବ୍ୟବସ୍ଥାରେ ଦେଖାଯାଉଥିବା ସମସ୍ୟା ଦୂର ହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ତେବେ ଏଥିପାଇଁ ଆରିବିଆଇକୁ କଠୋର ମନିଟାରି ପଲିସି ନିଷ୍ପତ୍ତି ନେବା ଆବଶ୍ୟକ ପଡ଼ିବ ନାହିଁ ବୋଲି ଶକ୍ତିକାନ୍ତ ଦାସ ସଂକେତ ଦେଇଛନ୍ତି।

ସେ କହିଛନ୍ତି ବର୍ତ୍ତମାନ ସମୟରେ ଦେଶରେ ରପ୍ତାନୀ ସ୍ଥିତି ଭଲ ରହିଛି। ଆର୍ଥିକ ବର୍ଷ 22-23ର ପ୍ରଥମ ତ୍ରୟମାସିକ ଏପ୍ରିଲ ଓ ଜୁନ ମଧ୍ୟରେ ଅର୍ଥବ୍ୟବସ୍ଥାରେ ଭଲ ସୁଧାର ଆସିବାର ସଂକେତ ମିଳୁଛି। ତେଣୁ ଆମେ ଅନୁମାନ କରୁଛୁ ଯେ 22-23ର ଦ୍ୱିତୀୟ ଷଡ଼ମାସିକରେ ଲୋକଙ୍କୁ ମହଙ୍ଗା ସ୍ଥିତିରୁ ମୁକ୍ତି ମିଳିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ରପ୍ତାନୀ ଶୃଙ୍ଖଳରେ ସମସ୍ୟା, ସାମଗ୍ରୀ ମୂଲ୍ୟରେ ଦ୍ରୁତ ବୃଦ୍ଧି, ଋଷର ୟୁକ୍ରେନ୍ ଉପରେ ଆକ୍ରମଣ ଆଦି ସମସ୍ୟାରୁ ମହଙ୍ଗା ସ୍ଥିତି ଜଟିଳ ହୋଇଛି। ଏହିସବୁ କାରଣରୁ ବର୍ଷ ଆରମ୍ଭରୁ ଆରବିଆଇ ମହଙ୍ଗା ସ୍ଥିତି ଟଲରେନ୍ସ ଲେବଲ 6 ପ୍ରତିଶତରୁ ଅଧିକ ରହିଛି। ଫଳରେ 90 ପ୍ରତିଶତ ବେସିସ ପଏଣ୍ଟ ରେପୋରେଟକୁ ବଢାଇଛି। ଆରବିଆଇ ନିଜର ମହଙ୍ଗା ସ୍ଥିତିର ଅନୁମାନ 5.7 ପ୍ରତିଶତ ବଢ଼ାଇ 6.7 ପ୍ରତିଶତ କରିଛି।

ସୂଚନା ଥାଉକି ଅଗଷ୍ଟ ମାସରେ ଆରବିଆଇ ମନିଟାରୀ ପିଲିସ ବୈଠକ ହେବ। ଏଥିରେ ପୁଣିଥରେ ରେପୋରେଟ୍ ବଢ଼ିବାର ସମ୍ଭାବନା ରହିଛି ବୋଲି ଶୁଣିବାକୁ ମିଳୁଛି।

କଂଗ୍ରେସ ଶାସନରୁ ବିମୁଖ ଥିବା ଲୋକଙ୍କୁ ନୂଆ ସ୍ୱପ୍ନ ଦେଖାଇ 2014ରେ ସରକାରକୁ ଆସିଥିଲା ବିଜେପି। ସେତେବେଳେ ମୋଦୀ ସରକାରଙ୍କର ନିର୍ବାଚନୀ ନାରା ଥିଲା- ବହୁତ ହୋଗଇ ମେହେଙ୍ଗାଇ କା ମାର୍ ଅବକି ବାର ମୋଦୀ ସରକାର…।  ଏହି ନାରା ଦେଇ ମୋଦୀ ସିନା ସରକାରକୁ ଆସିଲେ, କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଯେ ମହଙ୍ଗା ମାଡ଼ କମିବା ବଦଳରେ ବରଂ ଆହୁରି ବଢ଼ି ଚାଲିଲା। କଂଗ୍ରେସ ବେଳେ ଯଥେକଥେ ବିଜେପି ବେଳେ ମହଙ୍ଗା ସ୍ଥିତି ମୁଣ୍ଡ ବଥେ ହେଲା। ଆଉ ଏବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ପୁଣିଥରେ ମହଙ୍ଗା ମାଡ଼ରୁ ଲୋକେ ନିସ୍ତାର ପାଇବେ ବୋଲି ସ୍ୱପ୍ନ ଦେଖାଇଲେଣି। ଏବେ ଗଭର୍ଣ୍ଣରଙ୍କ କଥା ସତ ହେବ କି ନା ତାହା ଦେଖିବ ବାକି ରହିଲା।  

   Related Posts