ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ; ଥାନାରେ ମାମଲା ରୁଜୁ

Published By : Prameya-News7 Bureau | September 08, 2022 IST

ଜଗତସିଂହପୁର: ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଡ୍ରାଇଭର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ମଣ୍ଡାସାହି ନଛିପୁରରେ। ବାଲିସାହି ଗାଁର ରମେଶ ସେଠୀଙ୍କ ବୋହୂ ସାବିତ୍ରୀ ସେଠୀ ଗର୍ଭବତୀ ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିଲା। ଗାଡ଼ିରେ ଶ୍ୱଶୁର ରମେଶ ସେଠୀ ମଧ୍ୟ ବସିଥିଲେ।

ହେଲେ ଡ୍ରାଇଭର ଗାଡ଼ି ଚଳାଉଥିବା ବେଲେ ମୋବାଇଲ୍‌ରେ କଥା ହେଉଥଲା। ଗାଡ଼ି ନିୟନ୍ତ୍ରଣ ହରାଇବାରୁ  ଆମ୍ବୁଲାନ୍ସ ଯାଇ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ଫଳରେ ପ୍ରସୂତୀର ଶଶୁର ରମେଶ ସେଠୀ ଗୁରୁତର ଆହତ ହେବା ସହ ପ୍ରସୂତୀ ମହିଳା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଦେହରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରସୂତୀ ସାବିତ୍ରୀ ସେଠୀଙ୍କୁ ଜଗତସିଂପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ  ନବଜାତ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ପରେ ନବଜାତ ଶିଶୁପୁତ୍ର ଦେହ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।  ହେଲେ କଟକ ଯିବା ବାଟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 ପରିବାର ଲୋକେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରି ଡ୍ରାଇଭର ନାଁରେ ଜଗତସିଂପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.