scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍‌ ଦଳକୁ ସ୍ୱର୍ଣ୍ଣ ପଦକ, ଫାଇନାଲରେ ଶ୍ରୀଲଙ୍କା ପରାସ୍ତ

25/09/2023 at 2:42 PM

ମୁମ୍ବାଇ ୨୫।୦୯ : ବାଜି ମାରିନେଲା ମହିଳା କ୍ରିକେଟ୍‌ ଦଳ । ସୁନା ଝିଅ ଜିତିଲା ସୁନା ପଦକ । ଏସୀଆନ୍‌ ଗେମ୍ସରେ ସୂର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଏହି ପଦକ ହାସଲ କରିଛି ଭାରତୀୟ ଦଳ । ୧୯ ରନ୍‌ରେ ବାଜି ମାରିଲା ଭାରତୀୟ ମହିଳା ଦଳ ।

ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ମହିଳା ଦଳ । ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ ୭ ଓ୍ୱିକେଟ୍‌ ହରାଇ ୧୧୬ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଏଥିରେ ସ୍ମୃତି ମନ୍ଦାନା ସର୍ବାଧିକ ୪୬ ରନ୍‌ କରିଥିବା ବେଳେ ରୋଡ୍ରିଗୁସ୍‌ ୪୨ ରନ୍‌ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁ ପାରିନଥିଲେ ।

ତେବେ ୧୧୭ ରନ୍‌ର ଟାର୍ଗେଟ ନେଇ ବ୍ୟାଟିଂକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଦଳ । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଶ୍ରୀଲଙ୍କା ପକ୍ଷରୁ ହାସିନି ପେରେରା ସର୍ବାଧିକ ୨୫ ରନ୍‌ କରିଥିବା ବେଳେ ନିଲାକ୍ଷୀ ଡି ସିଲ୍‌ଭା ୨୩, ଓସାଡି ରଣସିଂହ ୧୯ ରନ୍‌, ଚାମ୍‌ରୀ ଆଟାପାଟ୍ଟୁ ୧୨ ରନ୍‌ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ । ଶେଷରେ ଫାଇନାଲରେ ମ୍ୟାଚ୍‌ରେ ବାଜି ମାରିନେଇଛି ଭାରତୀୟ ଟିମ୍‌ । ଶ୍ରୀଲଙ୍କା ଦଳକୁ ୧୯ ରନ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ମହିଳା ଟିମ୍‌ ।

ତେବେ ଏସୀୟ କ୍ରୀଡାରେ ଏବେ ଯାଏଁ ଭାରତୀୟ ଟିମ୍‌ ମୋଟ ୨ଟି ସ୍ୱର୍ଣ୍ଣ ପଦକ ଜିତିଛି । ସୋମବାର ସକାଳେ ସୁଟିଂରେ ଗୋଟିଏ ସୁନା ପଦକ ଜିତିଥିବା ବେଳେ ମଧ୍ୟାହ୍ନରେ କ୍ରିକେଟ୍‌ରେ ଆଉ ଗୋଟିଏ ସୁନା ପଦକ ଜିତିଛି । ମୋଟ ୨ଟି ସ୍ୱର୍ଣ୍ଣ ପଦକ ହାତେଇଛି ଭାରତ ।

   Related Posts