ବିଶିଷ୍ଟ ଶିଳ୍ପପତି ଡ଼.ବଂଶୀଧର ପଣ୍ଡାଙ୍କ ପରଲୋକ
22/05/2018 at 7:14 AM

ବିଶିଷ୍ଟ ଶିଳ୍ପପତି ଡ଼.ବଂଶୀଧର ପଣ୍ଡାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା ।ସ୍ଵର୍ଗତ ପଣ୍ଡା ୧୯୩୨ ମସିହା ନଭେମ୍ବର ୨୬ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ଗବେଷଣାରତ ବୈଜ୍ଞାନିକ ଭାବେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ,ହାଭାର୍ଡ ବିଶ୍ୱବିଦ୍ୟାଳୟ,ମିଚିଗାନ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ । ବିଶିଷ୍ଟ ବୈଜ୍ଞାନିକ ଡ଼.ପଣ୍ଡା ୧୯୬୧ ମସିହାରେ ଥେରୁବାଲିଠାରେ ଇମ୍ଫା କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ପୁତ୍ର ବୈଜୟନ୍ତ ପଣ୍ଡା ଏବେ ସଂସଦ ଅଛନ୍ତି । ସ୍ଵର୍ଗତ ପଣ୍ଡାଙ୍କ ପତ୍ନୀ ସ୍ୱର୍ଗତା ଇଲା ପଣ୍ଡା ଓ ସ୍ଵର୍ଗତ ପଣ୍ଡା ଉଭୟେ ବିଜୁ ପଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ସ୍ଵର୍ଗତ ପଣ୍ଡା ମଧ୍ୟ ICCର ଅଧ୍ୟକ୍ଷ ଥିଲେ । ତାଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ।