ପୁରୀରେ ୭୬ତମ ସ୍ୱାଧୀନତା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

Published By : Prameya-News7 Bureau | August 15, 2022 IST

ପୁରୀ ୧୫।୦୮: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

{"id":671185,"sizeSlug":"full","linkDestination":"none"}

ତେବେ କରୋନା କଟକଣାରେ କେବଳ ପୋଲିସ ବାହିନୀର ଦୁଇଟି କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ଦିବସରେ ପରେଡ଼ ଉତ୍ସବକୁ ସଂକୁଚିତ କରିବା ପାଇଁ ହୋମଗାର୍ଡ ବାହିନୀ ଓ  ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ଼‌ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିନଥିଲେ।

{"id":671186,"sizeSlug":"full","linkDestination":"none"}

ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ମିହିର ପଣ୍ଡା ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମ୍ବୋଧନ କରିବା ଅବସରରେ ପୁରୀର ପୂଜ୍ୟପୂଜା ମାନଙ୍କ ଦେଶ ପ୍ରେମ ଏବଂ ସମାଜ ସଂସ୍କାର ଉପରେ ଆଲୋକପାତ କରାଇଥିଲେ। ପରେଡ଼ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାଯାଇନଥିଲା। ଏହି ଅବସରରେ ଅନେକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇନଡୋର ଷ୍ଟାଡିୟମ ଠାରେ ମନ୍ତ୍ରୀ ଓ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.