DANCE କରି ଲୋକଙ୍କୁ ଟ୍ରାଫିକ୍ ନିୟମ ବୁଝାଇଲେ ଟ୍ରାଫିକ୍ ପୋଲିସ, ଭାଇରାଲ ହେଲା ଭିଡିଓ...

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ ୨୯/୦୧: ନୂଆଦିଲ୍ଲୀ ୨୯/୦୧: ପୁଣି ଚର୍ଚ୍ଚାରେ ନାଗାଲାଣ୍ଡ ମନ୍ତ୍ରୀ ତେମଜେନ୍ ଇମନା ଅଲୋଙ୍ଗ । କିଛି ନା କିଛି ଭିଡିଓକୁ ସେ ରହାଥାନ୍ତି ଚର୍ଚ୍ଚାରେ । ଏବେ ତାଙ୍କ X ଆକାଉଣ୍ଟରେ ସେୟାର ହୋଇଛି ଗୋଟିଏ ଭିଡିଓ । ତା ପୁଣି ଜଣେ ଟ୍ରାଫିକ ପୋଲିସର । ଯିଏ କି ଲୋକଙ୍କୁ ତାଙ୍କ ନୃତ୍ୟ ମାଧ୍ୟମରେ ଟ୍ରାଫିକ୍ ନିୟମ ପାଳନ କରିବାକୁ ସଚେତନ କରୁଛନ୍ତି ।

ଆଉ ସେହି ଟ୍ରାଫିକ୍ କନଷ୍ଟେବଲ ଜଣଙ୍କ ଇନ୍ଦୋରରେ କାର୍ଯ୍ୟରତ । ନାଁ ତାଙ୍କର ରଣଜିତ ସିଂ। ଗତ ୧୬ ବର୍ଷ ଧରି ସେ ଇନ୍ଦୋରରେ ଟ୍ରାଫିକ ପରିଚାଳନା କରୁଛନ୍ତି । ମାଇକେଲ ଜ୍ୟାକସନଙ୍କ 'ମୁନ୍‌ଓ୍ୱାକ୍' ଡ୍ୟାନ୍ସ ମାଧ୍ୟମରେ ସେ ଏମିତି କରୁଛନ୍ତି । ଭିଡିଓ ସେୟାର କରିବାବେଳେ ତେମଜେନ୍ ଇମନା ଅଲୋଙ୍ଗ କ୍ୟାପସନରେ ଲେଖିଛନ୍ତି, 'ତୁମର ଗତିବିଧିକୁ ଦେଖାଇବା ପାଇଁ ସଠିକ୍ ପ୍ଲାଟଫର୍ମକୁ ଅପେକ୍ଷା କର ନାହିଁ । ନିଜେ ସଠିକ୍ ପ୍ଲାଟଫର୍ମ ସୃଷ୍ଟି କରେ ।

ଭିଡିଓରେ ରଣଜିତ ସିଂ ଇନ୍ଦୋରର ବ୍ୟସ୍ତବହୁଳ ରାସ୍ତାରେ ନିଜର ଡ୍ୟାନ୍ସ ଷ୍ଟେପ୍ କରୁଥିବାବେଳେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ନଜର ଆସିଛନ୍ତି । ଟ୍ରାଫିକକୁ ନିୟନ୍ତ୍ରଣ କରିବାର ଅନନ୍ୟ ଶୈଳୀ ହେତୁ ସେ ସୋସିଆଲ ମିଡିଆରେ ବେଶ୍ ଫେମସ୍ । ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ୨.୩୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଲୋକେ ମଧ୍ୟ ତାଙ୍କ ସହିତ ଫଟୋ ଉଠାଇବାକୁ ବହୁତ ଆଗ୍ରହୀ ମନେହୁଏ ।

wp:html /wp:html

ଯାହା ପରେ ସେମାନେ ନିଜ ଆକାଉଣ୍ଟରେ ସେୟାର କରନ୍ତି । ନିକଟରେ ସେ ହାସ୍ୟ ଅଭିନେତା ଭାରତୀ ସିଂଙ୍କ ସହ ତାଙ୍କ କ୍ଲିକ୍ ର ଏକ ଚିତ୍ର ସେୟାର କରିଥିଲେ । ତେମଜେନ୍ ଇମନା ଅଲୋଙ୍ଗ ଦ୍ୱାରା ପୋଷ୍ଟ କରାଯାଇଥିବା ରଣଜିତ ସିଂଙ୍କ ଭିଡିଓ ଟ୍ରାଫିକ୍ ପୋଲିସ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ମାସ ଆରମ୍ଭରେ ସେୟାର କରିଥିଲେ । ଏଯାବତ୍ ୩୧ ମିଲିୟନରୁ ଅଧିକ ଭ୍ୟୁ ଲାଇକ୍ କରିସାରିଲେଣି । ଅଲୋଙ୍ଗଙ୍କ ପୋଷ୍ଟ ଏପର୍ଯ୍ୟନ୍ତ ୪୯ ହଜାରରୁ ଅଧିକ ଭ୍ୟୁ ପାଇଛି ।

ଲୋକମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ତେମଜେନ୍ ସାର୍ , ଏହା ହେଉଛି ଆମର ଇନ୍ଦୋରୀ ଭୟା । ତାଙ୍କର ଟ୍ରାଫିକ୍ ପରିଚାଳନା ଶୈଳୀ ଦ୍ୱାରା ଅନେକ ଲୋକ ପ୍ରଭାବିତ ହୁଅନ୍ତି । ଯଦି ଆପଣ ଏପର୍ଯ୍ୟନ୍ତ ଦେଶର ପରିଷ୍କାର ଏବଂ ବିବିଧ ସହର ପରିଦର୍ଶନ କରିନାହାଁନ୍ତି, ତେବେ ଯାଇ ଏହାକୁ ଦେଖ, ଆପଣଙ୍କ ମନ ଖୁସି ହେବ । ଅନ୍ୟ ଜଣେ ବ୍ୟବହାରକାରୀ କହିଲେ ,'ୱାଃ କ୍ୟା ବାତ ହେ ।

you can also read....

wp:embed {"url":"https://www.prameyanews7.com/temperature-rises-by-3-degree-celsius-will-harm-entire-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/temperature-rises-by-3-degree-celsius-will-harm-entire-india/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.