ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ ପରିଣାମ ଜାରି କଲେ ସରକାର : ଲଗାତାର ଚତୁର୍ଥଥର ପାଇଁ ବାଜି ମାରିଲା ଇନ୍ଦୋର

Published By : Prameya-News7 Bureau | August 20, 2020 IST

ଇନ୍ଦୋର ୨୦/୦୮ : ମଧ୍ୟ ପ୍ରଦେଶ ଇନ୍ଦୋର ସହର ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ରେ ସବୁଠାରୁ ସ୍ୱଚ୍ଛ ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି | ଲଗାତାର ଚତୁର୍ଥ ବର୍ଷ ଇନ୍ଦୋର ନମ୍ବର-୧ ରେଂକିଙ୍ଗ ପାଇଛି | ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭, ୧୮, ୧୯ ମସିହାରେ ମଧ୍ୟ ଇନ୍ଦୋରକୁ ୧ ନମ୍ବର ସ୍ୱଚ୍ଛ ସହରର ଆଖ୍ୟା ମିଳିଥିଲା | ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ପରିଣାମ ଘୋଷଣା କରିଛନ୍ତି | ଇନ୍ଦୋରକୁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରିଛନ୍ତି |

{"id":317369,"sizeSlug":"large"}

ସରକାରଙ୍କ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ସୁରଟ ଓ ତୃତୀୟ ସ୍ଥାନରେ ଅଛି ନବୀ ମୁମ୍ବାଇ | ଗଙ୍ଗା କୁଳରେ ଥିବା ସହରମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ବାରଣାସୀ ଏକ ନମ୍ବରରେ ଅଛି |
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସ୍ଵଚ୍ଚ ମହୋତ୍ସବ ନାମକ ଏହି କାର୍ଯ୍ୟକ୍ରମରେ ମୋଟ ୧୨୯ ସହରକୁ ପୁରସ୍କାର ପ୍ରଦାନ କରାଯାଇଛି |

{"id":317391,"width":567,"height":376,"sizeSlug":"large"}


ସର୍ବେକ୍ଷଣର ପ୍ରଥମ ସଂସ୍କରଣରେ ଭାରତରେ ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ମହୀଶୂର ହାସଲ କରିଥିଲା | ଏହାପରେ ଲଗାତାର ୩ଥର ଇନ୍ଦୋର ସ୍ଵଛ ସହରର ମାନ୍ୟତା ପାଇଛି | ଚଳିତ ବର୍ଷ ମଧ୍ୟ ଇନ୍ଦୋର ଶୀର୍ଷ ସ୍ଥାନରେ ଅଛି |

{"id":317396,"width":572,"height":317,"sizeSlug":"large"}

ପାଖାପାଖି ମାସେ ପୂର୍ବରୁ ଏହି ସର୍ବେକ୍ଷଣରେ ୧ କୋଟି ୭୦ ଲକ୍ଷ ନାଗରିକ ସ୍ୱଚ୍ଛତା ଆପରେ ପଞ୍ଜିକରଣ କରିଥିଲେ | ସୋସିଆଲ ମିଡ଼ିଆରେ ୧୧ କୋଟି ରୁ ଅଧିକ ଲୋକ ଏଥିରେ ଯୋଡି ହୋଇଥିଲେ |

{"id":317398,"width":572,"height":301,"sizeSlug":"large"}

ସାଢେ ପାଞ୍ଚ ଲକ୍ଷରୁ ଅଧିକ ସଫେଇ କର୍ମଚାରୀ ସାମାଜିକ କଲ୍ୟାଣ ଯୋଜନା ସହ ସଂଯୋଜିତ ହୋଇ ଏହିଭଳି ୨୧ ହଜାର ସ୍ଥାନ ଚିହ୍ନଟ କରିଥିଲେ | କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାରଦୀପ ସିଂହ ପୁରୀଙ୍କ ସହିତ ବିଭିନ୍ନ ସହରର ମେୟର, ନିଗମ କମିଶନର ଏବଂ ଅନ୍ୟ ପକ୍ଷଧାରକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.