ଇଣ୍ଡୋନେସିଆରେ ୧୮୮ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | October 29, 2018 IST

ଜାକର୍ତ୍ତା ୨୯|୧୦: ଇଣ୍ଡୋନେସିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ବିମାନରେ ୧୮୮ ଜଣ ଯାତ୍ରୀ ଓ କର୍ମଚାରୀ ଥିବା ବେଳେ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଲାୟନ ଏୟାରଲାଇନ୍ସର ଏହି ବିମାନଟି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ କରିବାର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ପଡ଼ିଥିଲା । ବିମାନଟି ଜାକର୍ତ୍ତାରୁ ଇଣ୍ଡୋନେସିଆର ଅନ୍ୟ ଏକ ସହର ପାଙ୍ଗକାଲ ପିନାଙ୍ଗକୁ ଯାଉଥିଲା । ରନୱେ ଛାଡ଼ିବାର ୧୩ ମିନିଟ୍ ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଏହାପୂର୍ବରୁ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ୍ ଜାକର୍ତ୍ତାକୁ ପୁଣି ଫେରାଇନେବା ପାଇଁ ଚାହୁଁଥିବା ଜଣାପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.