୨ଗାର୍ଲଫ୍ରେଣ୍ଡକୁ ଏକାଠି ବିବାହ କଲେ ଏହି ଯୁବକ , ଭିଡିଓ ଭାଇରାଲ: କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | August 29, 2019 IST

ଜାକର୍ତ୍ତା ୨୯/୮: ଇଣ୍ଡୋନେସିଆରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ଯୁବକ ଏକାଠି ଗୋଟିଏ ମଣ୍ଡପରେ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି। ସବୁଠୁ ଆଶ୍ଚର୍ଯକର କଥା ହେଉଛି ଯେ ଦୁଇ ଜଣ ଯୁବତୀ ଏହି ବ୍ୟକ୍ତିଙ୍କ ଗାର୍ଲଫ୍ରେଣ୍ଡ ଥିଲେ ଏବଂ ସେମାନେ ଖୁସି ଥିଲେ।

{"id":150510}

ମିଡିଆ ସହିତ କଥା ହୋଇ ଯୁବକ କହିଥିଲେ ଯେ ସେ ଦୁଇ ଜଣଙ୍କ ମଧ୍ୟରୁ କାହାର ମନ ଭାଙ୍ଗିବାକୁ ଚାହୁଁନଥିଲେ ସେଥିପାଇଁ ତାଙ୍କୁ ଉଭୟଙ୍କୁ ବିବାହ କରିବାକୁ ପଡ଼ିଥିଲା। ବିବାହର ଫଟୋ ଏବଂ ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

{"id":150511}

ପ୍ରକୃତରେ,ଇଣ୍ଡୋନେସିଆରେ ଆଇନ ରହିଛି ଯେ ଯଦି ବ୍ୟକ୍ତି ଉଭୟଙ୍କର ଦେଖାଶୁଣା କରିବାକୁ ସକ୍ଷମ ଥିବ ଏବଂ  ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିପାରୁଥିବ ତେବେ ବ୍ୟକ୍ତି ୨ଜଣଙ୍କୁ ବିବାହ କରି ପାରିବ।

{"id":150512}

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇଣ୍ଡୋନେସିଆରେ ଯୌତୁକ ପ୍ରଥା ମଧ୍ୟ ରହିଛି,କିନ୍ତୁ ଏଠାରେ ଝିଅ ଘର ଲୋକେ ପୁଅକୁ ଯୌତୁକ ଦେଇନଥାଆନ୍ତି ବରଂ ପୁଅ ଝିଅ ଘର ଲୋକଙ୍କୁ ଯୌତୁକ ଦେଇଥାଏ।

wp:html
/wp:html

ଏହି ବ୍ୟକ୍ତିଜଣକ ମଧ୍ୟ ଉଭୟଙ୍କ ପରିବାର ଲୋକଙ୍କୁ ୫-୫ହଜାର ଟଙ୍କାର ଯୌତୁକ ଦେଇଛନ୍ତି। ଅଗଷ୍ଟ ୧୭ତାରିଖରେ ଏହି ଅଦ୍ଭୁତ ବିବାହର ଭିଡିଓ ଫେସବୁକରେ ସେୟାର କରାଯାଇଥିଲା,ଯାହା ଲକ୍ଷ ଲକ୍ଷ ଲୋକେ ଦେଖି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.