oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଲାଉଡସ୍ପିକର ଅଜାନ ଉପରେ ଇଣ୍ଡୋନେସିଆ ଲଗାଇପାରେ ରୋକ୍, ଜାଣନ୍ତୁ କ’ଣ କହିଛନ୍ତି ମୌଲବୀ

23/11/2021 at 6:03 PM

ଜାକର୍ତ୍ତା ୨୩।୧୧: ଅଜାନ ଲାଗି ଲାଉଡ ସ୍ପିକରର ଉପଯୋଗ ହେବ କି ନା ତାହା ଆଜିବି ଅଧିକାଂଶ ଦେଶରେ ବିତର୍କର ବିଷୟ ହୋଇ ରହିଛି। ତେବେ ମୁସଲମାନ ବହୁଳ ଇଣ୍ଡୋନେସିଆର ସର୍ବୋଚ୍ଚ ଧାର୍ମିକ ସଂସ୍ଥା ମସଜିଦମାନଙ୍କୁ ଲାଉଡ ସ୍ପିକର ଉପଯୋଗ ବାବଦେ ଦିଆଯାଇଥିବା ଗାଇଡଲାଇନକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଏବେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଇଣ୍ଡୋନେସିଆ ଧାର୍ମିକ ମାମଲା ମନ୍ତ୍ରାଳୟ ୧୯୭୮ ମସିହାରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଯାହା ଆଜି ବି ଦେଶର ମସଜିଦମାନଙ୍କ ଲାଗି ସରକାରୀ ଗାଇଡଲାଇନ ବିବେଚିତ ହେଉଛି।

ତେବେ ଅନେକ ମସଜିଦ ଏବେ ଏହି ସରକାରୀ ଗାଇଡଲାଇନର ପାଳନ କରୁନଥିବାର ଅଭିଯୋଗ ହେଉଛି। ଗତ କିଛିମାସ ହେଲା ଦେଶର ବିଭିନ୍ନ ସହରାଞ୍ଚଳରେ ଲୋକେ ଶବ୍ଦ ପ୍ରଦୂଷଣ ଅଭିଯୋଗ କରି ଆସୁଛନ୍ତି। ଲୋକଙ୍କ ଅଭିଯୋଗ ଆଧାରରେ ସରକାର ପୁଣି ଥରେ ଗାଇଡଲାଇନ ସମୀକ୍ଷା କରିବେ ବୋଲି ଏବେ ଜଣାପଡିଛି। ବିଶ୍ୱର ଇଣ୍ଡୋନେସିଆ ସର୍ବ ବୃହତ୍ତ ଇସ୍ଲାମ ବହୁଳ ଦେଶ। ଏଠାରେ ୬ଲକ୍ଷ ୨୫ ହଜାରରୁ ଅଧିକ ମସଜିଦ ରହିଛି। ଅନେକ ମସଜିଦରେ ପୁରୁଣା ମାଇକ୍‌ ଓ ଲାଉଡ ସ୍ପିକର ବ୍ୟବହାର ହେଉଥିବାରୁ ଲୋକେ ଶବ୍ଦପ୍ରଦୂଷଣ ଅଭିଯୋଗ କରୁଛନ୍ତି।

ମସଜିଦମାନଙ୍କରେ ଲାଉଡ ସ୍ପିକରର ଅନିୟନ୍ତ୍ରିତ ଉପଯୋଗକୁ ନେଇ ଧାର୍ମିକ ବିଦ୍ୱାନମାନେ ଉଦବେଗପ୍ରକାଶ କରିଥିବା ଉପରାଷ୍ଟ୍ରପତିଙ୍କ ମୁଖପାତ୍ର ମାସଦୁକୀ ବେଦଲୋଭୀ ଗଣମାଧ୍ୟମ ସହ ଆଲୋଚନା କାଳରେ କହିଛନ୍ତି। ସେହିପରି ମୁସ୍ଲିମ କାଉନସିଲ ଫତୱା କମିଶନ ସଚିବ ମିଫ୍ତାହୁଲ ଆମେ ପ୍ରସଙ୍ଗରେ ମନଇଛା କିଛି କରିପାରିବାନି,ଲୋକଙ୍କ ସମସ୍ୟା ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି। ଯଦି ଲୋକଙ୍କୁ ସମସ୍ୟା ହେଉଛି ଏ ବାବଦେ ଆମକୁ ବିଚାର କରିବାକୁ ପଡିବ ବୋଲି କହିଛନ୍ତି।

   Related Posts