ଇଣ୍ଡୋନେସିଆରେ ସୁନାମିର କରାଳ ଚିତ୍ର ; ୪୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା

Published By : Prameya-News7 Bureau | September 30, 2018 IST

ଜାକର୍ତ୍ତା ୩୦|୯: ଇଣ୍ଡୋନେସିଆରେ ସୁନାମିର କରାଳ ଚିତ୍ର । ପାଲୁ ଏବଂ ଡୋଙ୍ଗଲାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି । ଏବେ ପର୍ଯ୍ୟନ୍ତ ୪୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ସଂଖ୍ୟା ହଜାର ଟପିବା ଆଶଙ୍କା କରାଯାଉଛି । ଇଣ୍ଡୋନେସିଆ ଉପରାଷ୍ଟ୍ରପତି ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି, କାରଣ ଶକ୍ତିଶାଳୀ ଭୂକମ୍ପ ପରେ ବିଶାଳ ସମୁଦ୍ର ଢେଉ ପୂରା ଇଲାକାରେ ତାଣ୍ଡବ ରଚିଛି । ସମୁଦ୍ର କୂଳରେ ଅନେକ ମୃତ ଦେହ ପଡି ରହିଛି । ସୁନାମିରେ ୩ଲକ୍ଷରୁ ଅଧିକ ଲୋକ ସୁନାମିରେ ପ୍ରଭାବିତ ହୋଇଛନ୍ତି । ସୁନାମି ଆସିବା ସମୟରେ ବେଳାଭୂମି ଉତ୍ସବର ପ୍ରସ୍ତୁତି ଚାଲିଥିଲା । ଶହ ଶହ ଲୋକ ବେଳାଭୂମିରେ ଥିଲେ । ଏଭିତରେ ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କର ପରିଚୟ ମିଳିପାରି ନାହିଁ। ସୁନାମି ଢେଉ ମାଡରେ ୫୪୦ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କ ସଂଖ୍ୟା ଡାକ୍ତରଖାନାରେ ବଢିବାରେ ଲାଗିଛି । ବେଳାଭୂମିରେ ଥିବା ହୋଟେଲ ଭିତରେ ଲୋକ ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରାଯାଉଛି । ଉଦ୍ଧାର କାମରେ ସୋନାକୁ ନିୟୋଜିତ କରାଯାଉଛି । ସୁନାମି ଆଗରୁ ଆସିଥିବା ରିକ୍ଟର ସ୍କେଲ ରେ ୭.୫ତୀବ୍ର ଭୂମିକମ୍ପରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପ ଯୋଗୁଁ ଶତାଧିକ ଘର ମାଟିରେ ମିଶି ଯାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.