ଇଣ୍ଡୋନେସିଆ ବିମାନ ଦୁର୍ଘଟଣାର ମିଳିପାରୁନି ପ୍ରକୃତ ତଥ୍ୟ , ଇଣ୍ଡୋନେସିଆର ନାସନାଲ୍ କମିଶନ୍ ଫର୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବିଭାଗ ଦୁର୍ଘଟଣାର ତଦନ୍ତ କରିବ

Published By : Prameya-News7 Bureau | October 29, 2018 IST

ଇଣ୍ଡୋନେସିଆ ;୨୯/୧୦-ଇଣ୍ଡୋନେସିଆ ର ବିମାନ ଦୁର୍ଘଟଣାଗ୍ରସ୍ତ । ଜାଭା ସମୁଦ୍ରରେ ବୁଡ଼ିଗଲା ଲାଇନ୍ ଏୟାରର ବୋଇଂ  ୭୩୭ ମ୍ୟାକ୍ସ-୮  ।  ଆଉ ୮ କ୍ରୁ ମେମ୍ବର ଏବଂ ୧୮୧ ଯାତ୍ରୀଙ୍କ ବାବଦରେ ଏଯାଏଁ ଖୋଜ୍ ଖବର ମିଳିନି । ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ କରିବାର ୧୩ ମିନିଟ୍ ପରେ ଭୋରୁ ଭୋରୁ ଘଟିଛି ଏମିତି ଦୁର୍ଘଟଣା  ।  ଜାଭା ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ ।  ବିମାନରେ ୮ ଜଣ କ୍ରୁ ମେମ୍ବର ଏବଂ ୧୮୧ ଜଣ ଯାତ୍ରୀ ଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ  । ୧୨ ଘଣ୍ଟାରୁ ଅଧିକ ସମୟ ହେବ ସେମାନଙ୍କର କିଛି ପତ୍ତା ମିଳୁ ନଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି  । ସକାଳ ୬ଟା ୨୦ ମିନିଟରେ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କଲା ଲାୟନ୍ ଏୟାରର ବୋଇଂ ୭୩୭ମ୍ୟାକ୍ସ-୮  ।  ପଙ୍ଗକଲ୍ ପିନାଙ୍ଗ୍ ଅଭିମୁଖେ ଏହା ଉଡ଼ାଣ କରିଥିଲା ।  କିନ୍ତୁ ସମୁଦ୍ର ଉପରକୁ ଯିବାର କେଇ ମିନିଟ୍ ଯାଇନି ପାଇଲଟ୍ ଫେରିବାକୁ ଚାହିଁଥିଲେ । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ଯୋଗାଯୋଗ କରୁ କରୁ ତାଙ୍କୁ ଅନୁମତି ମିଳିଲା ।  କିନ୍ତୁ ସଙ୍ଗେ ସଙ୍ଗେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ।  ଜାଭା ସମୁଦ୍ର ଉପକୂଳରୁ ବିମାନର କିଛି ସିଟ୍ କଭର୍ ଏବଂ ଯାତ୍ରୀଙ୍କର ମୋବାଇଲ୍ ଫୋନ୍ କଭର୍ ମିଳିଛି ।  ତେଣୁ ବିମାନଟି ଏହିଠାରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି ।ବିମାନର ପାଇଲଟ୍ ଥିଲେ ଦିଲ୍ଲୀ ମୟୂର ବିହାରର ୩୧ ବର୍ଷୀୟ ଭବ୍ୟେ ସୁନେଜା ।  ୨୦୧୧ରେ ଇଣ୍ଡୋନେସିଆର ଲାୟନ୍ ଏୟାର୍-ରେ ସେ ଯୋଗ ଦେଇଥିଲେ । ସୁନେଜାଙ୍କର ୬ ହଜାର ଘଣ୍ଟାର ଫ୍ଲାଇଟ୍ ଅଭିଜ୍ଞତା ଥିବା ବେଳେ ତାଙ୍କ ସହ ଥିବା କୋ-ପାଇଲଟ୍ ହର୍ବିନୋଙ୍କର ମଧ୍ୟ ୫ ହଜା ଘଣ୍ଟାର ଏକ୍ସପେରିଏନ୍ସ ଥିଲା । ପୁଣି ବିମାନଟି ମଧ୍ୟ ନୂଆ ଥିଲା । ସମୁଦ୍ର ପତନ ଠାରୁ ୧୧୧୩ ମିଟର ଉଚ୍ଚରେ ଥିବା ବେଳେ ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ଉଡ଼ାଣର କିଛି ସମୟ ପରେ ବିମାନରେ କି ତ୍ରୁଟି ଦେଖାଦେଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ତଥାପି ଏୟାର୍ ଟ୍ରାଫିକ୍ ରାଡାର୍ ଏବଂ ବିମାନର ପତ୍ତା ମିଳିବା ପରେ କକପିଟ୍ ଭଏସ୍ ରେକର୍ଡରରୁ ତଥ୍ୟ ସଂଗ୍ରହ କରାଯିବ  ।  ଇଣ୍ଡୋନେସିଆର ନାସନାଲ୍ କମିଶନ୍ ଫର୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବିଭାଗ, ବୋଇଂ ଦୁର୍ଘଟଣାର ତଦନ୍ତ କରିବ  ।  ୨୦୧୪ ଇଣ୍ଡୋନେସିଆରେ ଏହା ବଡ଼ ବିମାନ ଦୁର୍ଘଟଣା । ୨୦୧୪ ଡିସେମ୍ବରରେ ସମୁଦ୍ରରେ ଏୟାର୍ ଏସିଆର ଏବ ବୋଇଂ ବିମାନ ବୁଡ଼ି ଯାଉଥିଲା ।  ଯେଉଁଥିରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୬୨ ଜଣ ନେଇଥିଲେ ସଲୀଲ ସମାଧି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.