ଜାକାର୍ତ୍ତା ୨୦।୧୦: ଇଣ୍ଡୋନେସିଆରେ ସବୁ ପ୍ରକାରର ସିରପ ଓ ଲିକୁଇଡ ଔଷଧ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଛନ୍ତି। କିଛି ମାସ ହେଲା ସିରପ ଔଷଧ ଖାଇବା ଯୋଗୁ ପିଲାଙ୍କ ଠାରେ କିଡନୀ ସମସ୍ୟା ଉପୁଜୁଥିଲା। ଫଳରେ ୯୯ ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ସରକାର ଦେଶରେ ସବୁ ପ୍ରକାର ସିରପ ଓ ଲିକୁଇଡ ଔଷଧ ନିଷିଦ୍ଧ କରିଦେଇଛନ୍ତି। ଅଧିକାରୀକ ସୂତ୍ର ଅନୁସାରେ ପିଲାମାନେ ସିରପ ଔଷଧ ଖାଇବା ବେଳେ ସେମାନଙ୍କଠାରେ କିଡନୀ ସମସ୍ୟା ଦେଖା ଦେଇଥିଲା। ଫଳରେ ୯୯ ଜଣ ପିଲାଙ୍କ ମୃତ୍ୟୁ ହୋଇଛି।
{"id":698357,"width":838,"height":419,"sizeSlug":"full","linkDestination":"none"}ଦେଶରେ ସରକାର ସବୁ ପ୍ରକାର ତରଳ ଔଷଧ ନିଷିଦ୍ଧ କରିଛନ୍ତି। ଏହି ସୂଚନା ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଛନ୍ତି। ଗତ ଜାନୁୟାରୀ ମାସରୁ ସିରପ ଔଷଧ ଖାଉଥିବା ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବାର ଦେଶରେ ଅଭିଯୋଗ ମିଳୁଥିଲା। ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୯୯ ଜଣ ଶିଶୁଙ୍କ ମୃତ୍ୟୁ ପରେ ସରକାର କଡା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ବିଷାକ୍ତ ସିରପ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଦେଶ ଜାରି କରିଛନ୍ତି।
{"id":698358,"width":841,"height":472,"sizeSlug":"full","linkDestination":"none"}ଦେଶର କୌଣସି ହସ୍ପିଟାଲ ଅଥବା କ୍ଲିନିକରେ ଡାକ୍ତର ଲୋକଙ୍କୁ କୌଣସି ତରଳ ଔଷଧ ପ୍ରେସ୍କ୍ରିପସନ ନ କରିବାକୁ କୁହାଯାଇଛି। ସେହିପରି ଯେଉଁ ପର୍ଯ୍ୟନ୍ତ ସିରପ ଗୁଡିକର ଯାଞ୍ଚ ଶେଷ ନ ହୋଇଛି, ଦେଶରେ ସେ ପର୍ଯ୍ୟନ୍ତ ଏପରି ସିରପର ବିକ୍ରି ଓ ବ୍ୟବହାର ଉପରେ କଡାକଡି ନିଷେଧାଦେଶ ଜାରି ହୋଇଛି। ତେବେ କେଉଁ ସିରପ ଖାଇବା ଯୋଗୁ ଦେଶରେ ଏପରି ପରିସ୍ଥିତି ଉପୁଜିଛି ତାହା ସ୍ପଷ୍ଟ ରୂପେ କୁହାଯାଇନି। ତେବେ ସବୁ ତରଳ ଔଷଧର ବିକ୍ରି ଓ ଉପଯୋଗ ବନ୍ଦ କରିଦିଆଯାଇଛି।