ଭାରତ ହାତେଇବ ଏସ - ୪୦୦ ଆଣ୍ଟି ମିସାଇଲ ସିଷ୍ଟମ

Published By : Prameya-News7 Bureau | October 05, 2018 IST

ଆଜି ଭାରତ ଋଷିଆ ମଧ୍ୟରେ ପ୍ରତିରକ୍ଷା ସଂକ୍ରାନ୍ତୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ଅନୁସାରେ ୫.୪୩ ବିଲିଅନ ଡଲାର ବା ୪୦ ହଜାର କୋଟି ଟଙ୍କାରେ ଭାରତ ଋଷିଆଠାରୁ ୫ଟି ଉନ୍ନତ ଏସ-୪୦୦ ଟ୍ରାୟମ୍ପ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା କିଣିବ । ଏସ ୪୦୦, ୩୮୦ କିମି ରେଞ୍ଜ ଭିତର ଥିବା କୌଣସି ଡ୍ରୋନ, କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରେ। ଏହା ସହିତ ଏହାର ରାଡାର ୬୦୦ ମିଟର ରେଞ୍ଜ ଭିତରେ ଥିବା ଶହ ଶହ କ୍ଷେପଣାସ୍ତ୍ରକୁ ଚିହ୍ନଟ ମଧ୍ୟ କରିପାରିବ। ତାଛଡ଼ା ଏସ -୪୦୦ ଆମେରିକାର ଏଫ-୩୫ ଭଳି ଅତ୍ୟାଧୁନିକ ଫାଇଟର ପ୍ଲେନକୁ ଚିହ୍ନଟ କରି ନଷ୍ଟ କରିବାର କ୍ଷମତା ମଧ୍ୟ ରଖୁଛି। ଆଗାମୀ ୨ ବର୍ଷ ଭିତରେ ଗୋଟିଏ ଏସ ୪୦୦କୁ ବାୟୁସେନାରେ ସାମିଲ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ଅନ୍ୟ ୪ ଟିକୁ ୫ ବର୍ଷ ବିତରେ ସାମିଲ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.