ବଦଳୁନି ଚୀନର ମତିଗତି: ଡ୍ରାଗନର ପ୍ରତିଟି ଦୁଃସାହାସର ଜବାବ ଦେବ ଭାରତ, ବର୍ଡର ଯାଉଛନ୍ତି ଆହୁରି ୩୫ ହଜାର ସୈନିକ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୦୭: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ମଧ୍ୟରେ ଭାରତ କୌଣସି ମୁହୂର୍ତ୍ତରେ ଚୀନ ଦୁଃସାହାସର ମୁହଁତୋଡ ଜବାବ ଦେବା ପାଇଁ ପ୍ରସ୍ତୁତି କରି ନେଇଛି। ପୂର୍ବ ଲଦାଖରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଜାରି ଉତ୍ତେଜନା ଦୀର୍ଘ ସମୟ ଚାଲିବାର ସଙ୍କେତ ମିଳିବା ପରେ  ଭାରତ ଚୀନ ସଂଲଗ୍ନ ସୀମାରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କରିବାକୁ ଯାଉଛି। ବ୍ଲୁମର୍ଗ ନିଜର ରିପୋର୍ଟରେ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ପ୍ରକାଶ କରିଛି। ଭାରତ ଏଭଳି ନିଷ୍ପତ୍ତି ନେବାର କାରଣ ଚୀନ ଗଲଓ୍ଵାନ ଉପତ୍ୟକାରୁ ଏବେ ମଧ୍ୟ ନିଜର ସୈନ୍ୟ ପ୍ରତ୍ୟାହାର କରିନାହିଁ। ଅନେକ ପର୍ଯ୍ୟାୟ ଆଲୋଚନା ପରେ ବି ଚୀନର ମତିଗତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ଦେଖା ଯାଉନାହିଁ।

{"id":307764,"sizeSlug":"large"}

ଅଧିକାରୀ ଗଣମାଧ୍ୟମ ସହ  ଆଲୋଚନା ବେଳେ ନାଁ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି ଏହି ପଦକ୍ଷପରେ ୩,୪୮୮ କିଲୋମିଟରର ଲମ୍ବା ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଯଥାସ୍ଥିତିରେ ପରିବର୍ତ୍ତନ ଆସିବ। ଚୀନକୁ ଉଚିତ୍ ଜବାବ ଦିଆଯାଇ ପାରିବ। ଜୁନ ୧୫ରେ ପୂର୍ବ ଲଦାଖରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ବିବାଦର ସମାଧାନ ଲାଗି ଅନେକ ପର୍ଯ୍ୟାୟରେ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି। ଏହା ସତ୍ଵେ ଗଲଓ୍ଵାନ ଘାଟିରେ ଚୀନ ଏଲଏସିରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି।  ଭାରତ ମଧ୍ୟ ଚୀନକୁ ଜବାବ ଦେବାକୁ ଯାଇ ସୀମାରେ ଅତିରିକ୍ତ ସୈନିକ, ତୋପୋ ଓ ଟ୍ୟାଙ୍କ ମୁତୟନ କରିଛି। ଅଧିକାରୀଙ୍କ ଅନୁଯାୟୀ ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଆହୁରି ସୈନିକ ମୁତୟନ କରାଯିବ।

{"id":307765,"sizeSlug":"large"}

ଭାରତ ଏ ପର୍ଯ୍ୟନ୍ତ ପାକିସ୍ତାନ ସଂଲଗ୍ନ ସୀମାରେ ହିଁ ସୈନ୍ୟ ମୁତୟନ ପ୍ରତି ବିଶେଷ ଧ୍ୟାନ ଦେଇ ଆସିଛି କାରଣ ସୀମା ପାର ଆତଙ୍କବାଦୀ ଅନୁପ୍ରବେଶ ଓ  ଆତଙ୍କବାଦର ଷଡଯନ୍ତ୍ର ଜାରି ରହିଥାଏ। ଏବେ ଭାରତ ଏଲଏସିରେ ପ୍ରତି ଗୁରୁତ୍ଵାରୋପ କରି ସୈନ୍ୟ ମୁତୟନ ବଢାଇ ଚାଲିଛି। ପୂର୍ବ ଲଦାଖଠୁ ନେଇ ପୂର୍ବୋତ୍ତର ରାଜ୍ୟଗୁଡିକ ସୀମାରେ ଚୀନର ସବୁ ଚାଲ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଭାରତ ନିଜର ସେନା ଉପରେ ସବୁଠୁ ଅଧିକ ଖର୍ଚ୍ଚ କରୁଥିବା ତୃତୀୟ ଦେଶ। ଭାରତ ସେନା ମଧ୍ୟ ଦୁନିଆର ସବୁଠୁ ବଡ ସେନା।

ମିଲିଟାରୀରେ ସର୍ବାଧିକ ଖର୍ଚ୍ଚ କରୁଥିବା ତୃତୀୟ ଦେଶ ହେବା ପରେ ବି ଭାରତୀୟ ସେନାର ଆଧୁନିକୀକରଣର ବହୁତ ଆବଶ୍ୟକତା ରହିଛି। ପ୍ରତିରକ୍ଷା ବଜେଟ୍‌ର ପ୍ରାୟ ୬୦ ପ୍ରତିଶତ  ଅଂଶ ହିଁ ଦରମା ଓ ପେନସନରେ ଚାଲି ଯାଏ। ବଜେଟ୍‌ ବଳକା ଅର୍ଥରେ ଯୁଦ୍ଧାସ୍ତ୍ର କ୍ରୟ ଉପରେ ଖର୍ଚ୍ଚ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.