ସୋନିଆଙ୍କୁ ନୁହେଁ ରାଜ କପୁରଙ୍କ ଝିଅ ଋତୁଙ୍କୁ ବୋହୂ କରିବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ
1/10/2018 at 1:45 PM

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବଙ୍କ ବିବାହ ବଲିଉଡର ସୋ’ ମ୍ୟାନ୍ ରାଜ କପୁରଙ୍କ ଝିଅ ସହ କରିବା ପାଇଁ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ସାମ୍ବାଦିକ ରସିଦ୍ କିଦଓ୍ବାଇଙ୍କ ପୁସ୍ତକ- ନେତା ଅଭିନେତା : ବଲିଉଡ୍ ପାଓ୍ବାର ଇନ୍ ଇଣ୍ଡିଆନ୍ ପଲିଟିକ୍ସ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଗାନ୍ଧୀ ଓ କପୁର ପରିବାର ମଧ୍ୟରେ ସମ୍ପର୍କ ସମସ୍ତେ ଜାଣନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ବଲିଉଡର ତତ୍କାଳୀନ ପ୍ରତିଷ୍ଠିତ ଅଭିନେତା ପୃଥ୍ବୀରାଜ କପୁରଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଥିଲା। ଦୁଇ ପରିବାର ମଧ୍ୟରେ ଭଲ ବନ୍ଧୁତା ଯୋଗୁଁ ଇନ୍ଦିରା ଏହାକୁ ବୈବାହିକ ସମ୍ପର୍କରେ ରୂପାନ୍ତରିତ କରିବାକୁ ଚାହୁଁଥିଲେ। ରାଜ କପୁରଙ୍କ ବଡ଼ ଝିଅ ଋତୁଙ୍କ ସହ ରାଜୀବ ଗାନ୍ଧୀଙ୍କ ବିବାହ କରିବାକୁ ଇନ୍ଦିରା ମନସ୍ଥ କରିଥିଲେ। ତେବେ ସମୟ ଏହି ଇଛ୍ଛାକୁ ବାସ୍ତବର ରୂପ ଦେଇନଥିଲା।
ରାଜୀବ ଗାନ୍ଧୀ ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କଲେ ଆଉ ସେଠାରେ ସୋନିଆଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ଏହି ସମ୍ପର୍କ ବୈବାହିକ ରୂପ ନେଲା ଓ ରାଜୀବ ସୋନିଆଙ୍କ ବାହାଘର ୧୯୬୮ମସିହାରେ ହୋଇଗଲା।
କିଦଓ୍ବାଇଙ୍କ ଏହି ପୁସ୍ତକରେ ରାହୁଲ ଏବଂ କରୀନା କପୁରଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ୨୦୦୨ ମସିହାରେ କରୀନା କହିଥିଲେ ରାହୁଲ ତାଙ୍କର ସବୁଠୁ ପ୍ରିୟ ବ୍ୟକ୍ତି।