ଦେଶ ପାଳନ କରୁଛି ୭୬ ତମ ସ୍ୱାଧିନତା ଦିବସ, ଲାଲକିଲ୍ଲାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ, ୧୫|୦୮: ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ । ପୂରଣ ହୋଇଛି ସ୍ୱାଧିନତାର ୭୫ ବର୍ଷ । ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

wp:html /wp:html

ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯିବେ । ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।ରାଜଘାଟରୁ ସେ ଲାଲକିଲ୍ଲା ଅଭିମୁଖେ ବାହାରିବେ । ତାପରେ ଲାଲ୍ କିଲ୍ଲାରେ ହେବ ଗାର୍ଡ ଅଫ୍ ଅନର । ଏହାପରେ ଲାଲ୍ କିଲ୍ଲାରେ ତ୍ରିରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୭୬ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ସମସ୍ତଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଚା । ଜୟ ହିନ୍ଦ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.