ପକ୍ଷୀ ପିଟି ହୋଇଯିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

Published By : Prameya-News7 Bureau | February 26, 2023 IST

ଅହମଦାବାଦ: ଯାତ୍ରୀ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡିଗୋ ବିମାନ। କାଚରେ ପକ୍ଷୀ ପିଟି ହୋଇଯିବାରୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଛଳ ନିର୍ଦ୍ଦେଶକ(ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଡିଜିସିଏର ସୂଚନା ଅନୁସାରେ, ରବିବାର ଇଣ୍ଡିଗୋ ବିମାନ ଯାତ୍ରୀ ନେଇ ସୁରତରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ବିମାନର କାଚରେ ପକ୍ଷୀ ପିଟି ହୋଇଯାଇଥିଲା। ଏହାପରେ ବିମାନକୁ ତୁରନ୍ତ ଅହମଦାବାଦର ବିମାନବନ୍ଦରେ ଡରୁରୀକାଳୀନ ଲାଣ୍ଡିଂ କରାଯାଇଥିଲା। ଇଣ୍ଡିଗୋ ବିମାନ6E-646  ବିମାନ ସହ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଡିଜିସିଏ କହିଛି।

ଏହା ପୂର୍ବରୁ ଗତ ସପ୍ତାହରେ ନୂଆ ଦିଲ୍ଲୀରୁ ଝାଡ଼ଖଣ୍ଡର ଦେବଗଡ଼ ବିମାନବନ୍ଦରକୁ ଅଭିମୁଖେ ଯାଉଥିବା ବିମାନ ବନ୍ଦରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ବୋମା ଥିବା ଧମକପୂର୍ଣ୍ଣ କଲ୍ ଆସିବା ପରେ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ହେଲେ ସର୍ଚ୍ଚ ଅପରେସନ ଏହି ଖବର ମିଥ୍ୟ ବୋଲି ପ୍ରମାଣିତ ହୋଇଥିଲା।

ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୨୨ ତାରିଖ ଦିନ ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବାରୁ ଏହି ବିମାନକୁ ମଧ୍ୟ ବିଦେଶ ମାଟିରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏୟାର ଇଣ୍ଡିଆର ବିମାନ ନ୍ୟୁୟର୍କରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା । କିଛି ସମୟ ଉଡ଼ାଣ ଭରିବା ପରେ ବିମାନରୁ ତେଲ ଲିକ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ବିମାନକୁ ସ୍ୱିଡେନ ବିମାନବନ୍ଦରରେ ଲ୍ୟାଣ୍ଡଂ କରିବାକୁ ପଡ଼ିଥିଲା। ଡିଜିସିଏ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୋଇଂ 777-300-ER ଦ୍ବାରା ପରିଚାଳିତ ବିମାନ, ଉଡାଣ ଭରିବା ପରେ ଗୋଟିଏ ଇଞ୍ଜିନରୁ ତେଲ ଲକ୍ କରିଥିଲା । ପାଇଲଟ୍ ଏ ସୂଚନା ତୁରନ୍ତ ଏଟିସିକୁ ଦେଇଥିଲା । ପରେ ଅବତରଣ ସମୟରେ ବଡ଼ ବିପଦ ଟାଳିବାକୁ ପୂର୍ବରୁ ବିମାନବନ୍ଦରରେ ଅଗ୍ନିଶମ ବାହିନୀକୁ ନିଯୁକ୍ତ କରାଯାଇଥିଲା । ତେବେ ବିମାନଟି ସଫଳତାର ସହ ଜରୁରୀ ଅବତରଣ କରିଥିଲା।

ଅଧିକାରୀଙ୍କ କହିବା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନକୁ ନିରୀକ୍ଷଣ କରିବା ପରେ ଦୁଇଟି ଇଞ୍ଜିନର ଡ୍ରେନ୍ ମାଷ୍ଟରେ ତେଲ ଲିକ୍ ହେଉଥିବାରୁ ଦେଖିବାକୁ ମିଳିଛି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଗୋଟିଏ ବଡ଼ ବିପଦ ଟଳିଯାଇଥିବା ବେଳେ ୩୦୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅବତରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.