ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମେଡିକାଲ ରାସ୍ତାରେ ଯାତ୍ରୀଙ୍କ ମୃତ୍ୟୁ
23/02/2020 at 8:02 AM

ଭୁବନେଶ୍ବର ୨୩।୨: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି । ତେବେ ଗୁରୁତର ଯାତ୍ରୀଙ୍କୁ ବିମାନ ବନ୍ଦରରୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ବିମାନରେ ପଶ୍ଚିମବଙ୍ଗର ଲକ୍ଷ୍ମୀ ଦାସ ନାମକ ଜଣେ ଯୁବତୀ ଯାତ୍ରା କରୁଥିଲେ । ବିମାନଟି ଆକାଶରେ ଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ବିମାନଟି ଅବତରଣ କରାଯାଇଥିଲା । କିନ୍ତୁ ତାଙ୍କୁ ଚିକିତ୍ସା ପାଇଁ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023