ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ଶିଶୁକୁ ଦୁର୍ବ୍ୟବହାର କରାଯାଇଥିବା କହିଲା ଡିିଜିସିଏ; ଇଣ୍ଡିଗୋକୁ ଖୁବ୍‌ଶୀଘ୍ର ନୋଟିସ୍

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ: କିଛିଦିନ ତଳେ ରାଞ୍ଚି ବିମାନବନ୍ଦରରେ କର୍ମଚାରୀମାନେ ଜଣେ ଭିନ୍ନକ୍ଷମ ପିଲା ପାଇଁ ତାଙ୍କ ବାପାମାକୁ ବିମାନ ଯାତ୍ରା କରିବାକୁ ଦେଇ ନଥିଲେ। କର୍ମଚାରୀମାନେ ଯେଉଁଭଳି ଭାବରେ ବ୍ୟବହାର କରିଥିଲେ ଏଥିରେ ସାରା ଦେଶ ଇଣ୍ଡିଗୋକୁ ନିନ୍ଦା କରିଥିଲା। ମାମଲାରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲା। ଆଉ ଆଜି ଘଟଣାରେ ଇଣ୍ଡିଗୋକୁ ଦୋଷୀ ଦର୍ଶାଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ। ଏନେଇ ଇଣ୍ଡୋଗୋକୁ ଖୁବ୍‌ଶୀଘ୍ର ନୋଟିସ୍ କରାଯିବ ବୋଲି ଡିଜିସିଏ କହିଛି।

ଡିଜିସିଏ କହିଛି ଯେ ଇଣ୍ଡିଗୋ କର୍ମଚାରୀମାନେ ଭିନ୍ନକ୍ଷମ ପିଲାଙ୍କୁ ଠିକ୍‌ ଭାବରେ ବ୍ୟବହାର କରି ନାହାନ୍ତି। ତେଣୁ ବିମାନ ସଂସ୍ଥା ବିରୋଧରେ କାହିଁକି ଭେଦଭାବ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବନି ସେ ନେଇ ନୋଟିସ୍ କରି ପଚରାଯିବ ବୋଲି ଡିଜିସିଏ କହିଛି।

ନୋଟିସ୍ ପାଇବାର ୧୦ ଦିନ ଭିତରେ ଇଣ୍ଡୋଗକୁ ଏହାର ଉତ୍ତର ଦେବାକୁ ପଡ଼ିବ। ବିମାନ କମ୍ପାନୀ ଏହାର ଉତ୍ତର ରଖିବା ପରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିସିଏ କହିଛି।

ମେ ୭ ତାରିଖରେ ଝାରଖଣ୍ଡର ରାଞ୍ଚି ବିମାନବନ୍ଦରରେ ଇଣ୍ଡିଗୋ କର୍ମଚାରୀମାନେ ଭିନ୍ନକ୍ଷମ ପିଲା ଥିବା ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାକୁ ମନା କରିଦେଇଥିଲେ। ଏନେଇ କର୍ମଚାରମାନେ ପିଲା ବାପାମାଙ୍କ ସହିତ ତର୍କ ବି କରିଥିଲେ। ଘଟଣାରେ ସାମ୍ନାକୁ ଆସିବା ପରେ ଡିଜିସିଏ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ଗଠନ ହୋଇଥିବା କମିଟି ତାର ପ୍ରାରମ୍ଭିକ ରିପୋର୍ଟ ସବ୍‌ମିଟ୍ କରିଛି।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.