ସ୍ୱପ୍ନ ସତ ହେବା ପରି ଥିଲା...ଉଡାଣ ଭରୁଥିଲା ଚନ୍ଦ୍ରଯାନ-୩, ସେପଟେ ବିମାନରେ ବସିଥିବା ଯାତ୍ରୀ ମଝି ଆକାଶରୁ କଲେ ଭିଡିଓ

Published By : Prameya-News7 Bureau | July 15, 2023 IST

ନୂଆଦିଲ୍ଲୀ: ଜୁଲାଇ ୧୪ରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଇତିହାସ ରଚିଛି । ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ସଫଳତାର ସହ ଉତକ୍ଷେପଣରେ ସାରା ଦେଶ ଗର୍ବିତ ଅଛି । ସବୁ କିଛି ଠିକ୍ ରହିଲେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନ-୩ର ଲଞ୍ଚିଂ ମୁହୂର୍ତ୍ତକୁ ସଭିଏଁ ନିଜ କ୍ୟାମେରା କଏଦ କରିବାକୁ ଚାହିୁଁଥିଲେ । ଏହାରି ଭିତରେ ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ସହ ଏପରି କିଛି ଘଟିଲା, ଯାହା ସିଏ କେବେ ସ୍ୱପ୍ନରେ ବି ଭାବି ନଥିଲେ । ଯାତ୍ରୀ ଜଣଙ୍କ ନିଜ ଆଖିରେ ଚନ୍ଦ୍ରଯାନ-୩ର ଉତକ୍ଷେପଣକୁ ମଝି ଆକାଶରେ ଦେଖିଛନ୍ତି । ମଝି ଆକାଶରେ ବିମାନ ସାମନାରେ ଉଡାଉ ଭରୁଥିବା ଚନ୍ଦ୍ରଯାନ-୩କୁ ଦେଖି ଯାତ୍ରୀ ଜଣଙ୍କ ଜଣେ ନିଜ କ୍ୟାମେରାରେ ଏହାକୁ ଏକଦ କରିଥିଲେ । ବ୍ୟକ୍ତି ଜଣଙ୍କ ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି ।

ପଢନ୍ତୁ: ଆମେରିକା, ରୁଷ ଏବଂ ଚୀନର ମୁନ୍ ମିଶନଠାରୁ କେତେ ଅଲଗା ଭାରତର ଚନ୍ଦ୍ରଯାନ-୩ ?

ସତୀଶ ଧାୱାନ ସ୍ପେସ ସେଣ୍ଟରରୁ ଏଲଭିଏମ-ଏମ୪ ରକେଟରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପଠାଯାଇଛି । ଚନ୍ଦ୍ରଯାନ ନିଜ ଗନ୍ତବ୍ୟସ୍ଥଳୀ ଆଡକୁ ବଢିବା ବେଳେ ଚେନ୍ନାଇରୁ ଡାକା ଅଭିମୁଖେ ଉଡାଣ ଭରୁଥିବା ଇଣ୍ଡିଗୋ ମଧ୍ୟ ଆକାଶରେ ଥିଲା । ଚନ୍ଦ୍ରଯାନ-୩କୁ ଆକାଶରେ ଦେଖିବା ପରେ ଫ୍ଲାଇଟର ପାଇଲଟ୍ ଯାତ୍ରୀଙ୍କୁ କହିଥିଲେ ଯେ ଆପଣଙ୍କ ବାମ ପଟେ ଇତିହାସ ରଚାଯାଉଛି । ଯାତ୍ରୀମାନେ ଦେଖୁ ଦେଖୁ ଏହି ଐତିହାସିକ ମୁହୂର୍ତ୍ତର ଭିଡିଓ କରିଥିଲେ । ଝରକା ପାଖ ସିଟରେ ବସିଥିବା ଜଣେ ଯାତ୍ରୀ ଏହି ଐତିହାସିକ ମୁହୂର୍ତ୍ତକୁ ନିଜ ଫୋନରେ କଏଦ କରିଥିଲେ ।

wp:html /wp:html

ଚନ୍ଦ୍ରଯାନ-୩ ଭାରତ ପୃଷ୍ଠରୁ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ସମୟ ଲାଗିବ । ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ରୁହେ ତେବେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏହା ପୂର୍ବରୁ ସେ ଚନ୍ଦ୍ରର ଚାରିପଟେ ୪୧ ଦିନ ଯାଏ ପରିକ୍ରମା କରିବ ।

Also Read: ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩: ୨୩ ଅଗଷ୍ଟ ସନ୍ଧ୍ୟା ୫.୪୩ରେ ଲ୍ୟାଣ୍ଡିଂ, ବଧେଇ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.