ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ପରେ ଅଧାବାଟରୁ ଦିଲ୍ଲୀ ଫେରିଆସିଲା

Published By : Prameya-News7 Bureau | June 21, 2023 IST

ନୂଆଦିଲ୍ଲୀ, ୨୧/୦୬: ଉଡ଼ାଣ ଭରିବାର କିଛି ସମୟରେ ବିମାନ​‌ରେ ଦେଖାଗଲା ତ୍ରୁଟି। ଅଧା ବାଟରୁ ଫେରିଆସିଲା ବିମାନ। ବୁଧବାର ଦିଲ୍ଲୀରୁ ଉତ୍ତରାଖଣ୍ଡ ପାଇଁ ଉଡ଼ାଣ ଭରିଥିଲା ଇଣ୍ଡିଗୋର 6E 2134 ବିମାନ। କିନ୍ତୁ କିଛି ସମୟ ପରେ ହିଁ ବିମାନ ଫେରିଆସିଥିଲା। କୁହାଯାଉଛି ଇଞ୍ଜିନ୍‌ରେ କିଛି ତ୍ରୁଟି ଦେଖାଦେବା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ତେବେ ବିମାନରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏପର୍ଯ୍ୟନ୍ତ ବିମାନ ଫେରିବାର କାରଣ ସ୍ପଷ୍ଟ କରିନାହିଁ।

ଏହା ପୂର୍ବରୁ ଜୁନ୍‌ ୧୦ରେ ମଧ୍ୟ ଇଣ୍ଡିଗୋର ଦିଲ୍ଲୀ-ଚେନ୍ନାଇ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଳୀ ଏୟାରପୋର୍ଟ ଫେରିଥିଲା। ଏହାପରେ ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଏହି ମାମଲାରେ ଯାଞ୍ଚ ଜାରି ରହିଛି। ଏହା ବ୍ୟତୀତ ଜୁନ୍‌ ୪ରେ ମଧ୍ୟ ଡିବ୍ରୁଢ଼ ଯାଉଥିବା ଇଣ୍ଡିଗୋ ବିମାନ ଗୌହାଟୀର ଗୋପୀନାଥ ବୋରଦୋଲୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ଏହି ବିମାନରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲୀ ଏବଂ ବିଜେପିର ଦୁଇ ବିଧାୟକ ମଧ୍ୟ ଯାତ୍ରା କରୁଥିଲେ।

ଆହୁରି ପଢ଼ନ୍ତୁ: ଆଭିଏସନ ଉଦ୍ୟୋଗର ସବୁଠୁ ବଡ଼ ଡିଲ୍‌, ଏକାସଙ୍ଗରେ ୫୦୦ ବିମାନ ଅର୍ଡର ଦେଲା IndiGo

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.