ଧମାକାଦାର ଅଫର: ମାତ୍ର ୯୧୫ ଟଙ୍କାରେ ୬୩ ସହରକୁ ବିମାନ ଯାତ୍ରା

Published By : Prameya-News7 Bureau | August 04, 2021 IST

ନୂଆଦିଲ୍ଲୀ ୦୪/୦୮ : ଯଦି ଆପଣ ୫ କୌଣସି ସ୍ଥାନକୁ ବିମାନ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ବର୍ତ୍ତମାନ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋ ୧୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଅଫର ଆଣିଛି। ଆପଣ ଆଜିଠାରୁ ଏହି ଅଫରର ଲାଭ ଉଠାଇ ପାରିବେ । ଅର୍ଥାତ ଅଗଷ୍ଟ ୪ ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ଏହି ଅଫର ରହିଛି । କମ୍ପାନୀ ନିଜର ୧୫ ବର୍ଷ ପୂରଣ କରିଥିବା ବେଳେ ଗ୍ରାହକଙ୍କ ପାଇଁ ଏହି ଅଫର ଆଣିଛି। ଏହି ଅଫରରେ ଗ୍ରାହକମାନେ HSBC କ୍ରେଡିଟ୍ କାର୍ଡରେ ଅତିରିକ୍ତ ରିହାତି ପାଇବେ। ଗ୍ରାହକଙ୍କୁ ଅତିରିକ୍ତ ୫ ପ୍ରତିଶତ କ୍ୟାସ ବ୍ୟାକ୍ ଅଫର ମିଳିବ ଯାହା ସର୍ବନିମ୍ନ ୩୦୦୦ ଟଙ୍କା ଟ୍ରାଞ୍ଜାକ୍ସନରେ ଉପଲବ୍ଧ ହେବ ଏବଂ ଏହି କ୍ୟାସବ୍ୟାକ୍ ୭୫୦ ଟଙ୍କା ପର୍ଯ୍ୟନ୍ତ ରହିବ।

ଏହି ଅଫର ସହିତ ଫାଷ୍ଟ ଫରୱାର୍ଡ 6E ଫ୍ଲେକ୍ସ, 6E ବାଗପୋର୍ଟ ଭଳି ସୁବିଧା କେବଳ ୩୧୫ ଟଙ୍କା ଅତିରିକ୍ତ ଦେୟ ଉପରେ ଉପଲବ୍ଧ ହେବ। ଏହା ବ୍ୟତୀତ ୩୧୫ ଟଙ୍କା ଅତିରିକ୍ତ ଦେୟ ଉପରେ କାର ଭଡା ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ଜଣାପଡ଼ିଛି ।

wp:embed {"url":"https://twitter.com/IndiGo6E/status/1422797334526586881","type":"rich","providerNameSlug":"twitter","responsive":true}
https://twitter.com/IndiGo6E/status/1422797334526586881
/wp:embed

ଏହି ୬୩ଟି ସହରକୁ କରିପାରିବେ ଯାତ୍ରା
ଆଗ୍ରା, ଅଗରତାଲା, ଅହମଦାବାଦ, ଅମୃତସର, ଔରଙ୍ଗାବାଦ, ବେଙ୍ଗାଲୁରୁ, ଭୋପାଲ, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, ଡେରାଡୁନ, କୋଏମ୍ବାଟୁର, ଦିଲ୍ଲୀ, ଗୟା, ଗୋଆ, ଗୋରଖପୁର, ଗୁଆହାଟୀ, ହାଇଦ୍ରାବାଦ, ଇମ୍ଫାଲ, ଇନ୍ଦୋର, ଜୟପୁର, ଜାମ୍ମୁ, ଯୋଧପୁର, କନ୍ନୁର, କୋଚି, କୋଲକାତା, କୋଲ୍ହାପୁର, କୋଝିକୋଡ଼, ଲେହ, ଲକ୍ଷ୍ନୌ, ବଗଡୋରା, ବେଲଗାମ, ମଦୁରାଇ, ମୁମ୍ବାଇ, ମଇଶୁର, ପାଟନା, ପୋର୍ଟ ବ୍ଲେୟର, ନାଗପୁର, ପ୍ରୟାଗରାଜ, ରାଞ୍ଚି, ଶିଲଂଗ, ସିରଡ଼ି, ଶ୍ରୀନଗର, ସୀଲଚର, ସୁରଟ, ତ୍ରିଚୁରାପଲ୍ଲୀ, ତୁରୁପତି, ତ୍ରିଭେନ୍ଦ୍ରମ, ଉଦୟପୁର, ବାରାଣାସୀ, ପୁନେ, ରାୟପୁର, ବିଜୟବାଡା, ବିଶାଖାପାଟ୍ଟନମ, ଦିମାପୁର,ହୁଵାଲୀ ଆଦି ସହର ପଇେଁ ଟିକେଟ ବୁକିଂ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.