ଝାରସୁଗୁଡ଼ାରୁ ବାଙ୍ଗାଲୋର ଉଡିଲା ଇଣ୍ଡିଗୋ ବିମାନ, ପ୍ରତିଦିନ ଯୋଗାଇବା ସେବା

Published By : Prameya-News7 Bureau | November 15, 2023 IST

ଝାରସୁଗୁଡା ୧୫।୧୧ : ଆଜିଠୁ ବାଙ୍ଗାଲୋର ଉଡିଲା ଇଣ୍ଡିଗୋ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଉଡିଛି ଇଣ୍ଡିଗୋ ବିମାନ । ସକାଳ ୧୦ ଟା ୧୫ ମିନିଟରେ ଇଣ୍ଡିଗୋ ବିମାନ ବାଙ୍ଗାଲୋରରୁ ବାହାରି  ଅପରାହ୍ନ ୧୨ଟା ୯ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିଛି । ଏହାପରେ ଅପରାହ୍ନ ଗୋଟିଏରେ ଝାରସୁଗୁଡ଼ାରୁ ବିମାନ ବାହାରିଥିବା ବେଳେ ୨ ଟା ୫୫ ମିନିଟରେ ବାଙ୍ଗାଲୋରରେ ପହଞ୍ଚିବ । ବାଙ୍ଗାଲୋରକୁ ଆଜିଠି ପ୍ରତିଦିନ ଇଣ୍ଡିଗୋର ୧୮୦ ସିଟ୍‌ ବିଶିଷ୍ଟ ଏୟାରବସ୍‌-୩୨୦ ବିମାନ ଚଳାଚଳ କରିବ ।

{"id":869969,"sizeSlug":"full","linkDestination":"none"}

ତେବେ ଆଜି ପ୍ରଥମ ଦିନରେ ୧୭୯ ଯାତ୍ରୀ ଆସିଥିବା ବେଳେ ଝାରସୁଗୁଡ଼ାରୁ ବାଙ୍ଗାଲୋର ଅଭିମୁଖେ ୧୬୯ ଯାତ୍ରୀ ଯାତ୍ରା କରିଛନ୍ତି । ଏହାପୂର୍ବରୁ ଗତ ୫ ତାରିଖରେ ଇଣ୍ଡିଗୋ କୋଲକାତା କୁ ATR-72,  ୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଆସୁଛି l ତେବେ ବାଙ୍ଗାଲୋରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଝାରସୁଗୁଡାବାସୀ ତଥା ଯାତ୍ରୀ ମାନେ କରି ଆସୁଥିବା ଦାବି ପୁରଣ ହେବା ପରେ ଯାତ୍ରୀ ମାନେ ଖୁସି ପ୍ରକାଶ କରିଛନ୍ତି l ବାଙ୍ଗାଲୋର ଝାରସୁଗୁଡା ସହ ଯୋଡିହେବା ପରେ ଛାତ୍ରଛାତ୍ରୀ ତଥା ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବିଶେଷ ସୁବିଧା ହେବ l ସେହିପରି ଚିକିତ୍ସା ସେବା, ପର୍ଯ୍ୟଟନ, ଆଦି କ୍ଷେତ୍ରରେ ମଧ୍ୟ ଲୋକେ ଉପକୃତ ହେବେ ବୋଲି ଝାରସୁଗୁଡାବାସୀ ପ୍ରକାଶ କରିଛନ୍ତି l

wp:embed {"url":"https://www.prameyanews7.com/fans-waiting-for-virat-kohli-50th-odis-century/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fans-waiting-for-virat-kohli-50th-odis-century/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.