vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଇଣ୍ଡିଗୋ ଏୟାରଲାଇନ୍ସରୁ ବିଦାୟ ନେବେ ରୋନୋ, ପିଟର ହେବେ ନୂଆ ସିଇଓ

18/05/2022 at 5:48 PM

ନୂଆଦିଲ୍ଲୀ, ୧୮/୦୫: ଭାରତରେ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଇଣ୍ଡିଗୋକୁ ମିଳିବେ ନୂଆ ସିଇଓ ଅର୍ଥାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ପିଟର ଏଲ୍‌ବର୍ସଙ୍କୁ କମ୍ପାନୀ ଏହି ପଦରେ ନିଯୁକ୍ତି ଦେବା ପାଇଁ ବୁଧବାର ଘୋଷଣା କରିଛି । ଏଲବର୍ସ ଚଳିତ ବର୍ଷ ଅକ୍ଟୋବର ୧ କିମ୍ୱା ଏହା ପୂର୍ବରୁ କାର୍ଯ୍ୟରେ ଯୋଗଦେବା ନେଇ କମ୍ପାନୀ କହିଛି । ତାଙ୍କ ନିଯୁକ୍ତିକୁ ବୋର୍ଡ ମଞ୍ଜୁରୀ ଦେଇଛି ।

୨୦୧୪ ମସିହାରୁ ଏଲବର୍ସ କେଏଲ୍‌ଏମ୍‌ ଡଚ୍‌ ଏୟାରଲାଇନ୍ସର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଇଣ୍ଡିଗୋର ପରିଚାଳନା ଭାର ସମ୍ଭାଳୁଥିବା ରୋନୋଜୟ ଦତ୍ତ ସେପ୍ଟେମ୍ୱର ମାସ ୩୦ ତାରଖରେ ଅବସର ନେବା ନେଇ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ଭଳି ବିଷମ ସ୍ଥିତିର ସଫଳ ମୁକାବିଲା କରି ସେ କମ୍ପାନୀକୁ ଏବେବି ସମ୍ଭାଳିଥିବା ଇଣ୍ଡିଗୋ ଏକ ଷ୍ଟେଟ୍‌ମେଣ୍ଟ ଜାରି କରି କହିଛି ।

ବୋର୍ଡ ଅଫ୍‌ ଡିରେକ୍ଟର୍ସ ଏବଂ ମୁଁ ରୋନୋଙ୍କ ପ୍ରତି କୃତଜ୍ଞ । କାରଣ ସେ ଆମର ବ୍ୟବସାୟକୁ ସଫଳାତପୂର୍ଣ୍ଣ ପରିଚାଳନା କରି ଆସିଛନ୍ତି । ପାଖାପାଖି ୪ ବର୍ଷ ସେ କମ୍ପାନୀକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସମୟ ଦେଇଛନ୍ତି । କୋଭିଡ୍‌ ଭଳି ପରିସ୍ଥିତି ଯାହାକି ଏୟାରଲାଇନ୍ସ ଇତିହାସରେ ଏକ କଳଙ୍କିତ ସମୟ ଏବଂ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜର ସମୟ ସେତେବେଳେ ସେ କମ୍ପାନୀକୁ ସମ୍ଭାଳିଛନ୍ତି । ଅବସର ନେଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାହୁଲ୍‌ ଭାଟିଆ ଏପରି ଦୁଃଖ ପ୍ରକାଶ କରିଛନ୍ତି ।

   Related Posts